ସମ୍ବଲପୁର : ସମ୍ୱଲପୁର ଠେଲକୋଲଇ ଥାନା ଖିଣ୍ଡା ଛକ ନିକଟରେ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକକୁ ପଛ ପଟୁ ‘ମହାଲକ୍ଷ୍ମୀ’ ବସ୍ ଧକ୍କା ଦେଇଛି । ଫଳରେ ଏହି ଦୁର୍ଘଟଣାରେ ୧ ମୃତ, ୫ରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗୁରୁତର ଆହତଙ୍କୁ ଉଦ୍ଧାର କରି ବୁର୍ଲା ଏବଂ ଝାରସୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଥାଉକି, ସକାଳେ ‘ମହାଲକ୍ଷ୍ମୀ’ ନାମକ ଯାତ୍ରୀବାହୀ ବସ୍ଟି ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଆସୁଥିଲା। ଖିଣ୍ଡା ଛକ ନିକଟରେ ଏକ ଟ୍ରକ୍ ଦ୍ରୁତଗତିରେ ଆସି ବସ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
