ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପବନ ଖେଡ଼ାଙ୍କ ବଢ଼ିଲା ଅଡ଼ୁଆ। ଜାମିନ ଉପରେ ରୋକ ଜାରି କଲେ ସୁପ୍ରିମକୋର୍ଟ। ବଢ଼ିଲା ଗିରଫ ଭୟ । ତେବେ କୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଉପରେ ଥିବା ରୋକକୁ ହଟାଇବାକୁ ମନା କରିଦେଇଛନ୍ତି, ଯାହା ଫଳରେ ତାଙ୍କୁ ଗିରଫ କରିବା ପାଇଁ ଆସାମ ପୋଲିସ ପାଇଁ ବାଟ ପରିଷ୍କାର ହୋଇଯାଇଛି। ଜଷ୍ଟିସ ଜେ.କେ ମାହେଶ୍ୱରୀ ଓ ଜଷ୍ଟିସ ଅତୁଲ ଏସ୍. ଚାନ୍ଦୁରକରଙ୍କ ଖଣ୍ଡପୀଠ ତେଲେଙ୍ଗାନା ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତି ଉପରେ ରୋକ ଜାରି ରଖିବା ସହ ଖେଡ଼ାଙ୍କୁ ଗୌହାଟି ହାଇକୋର୍ଟରେ ଅଗ୍ରିମ ଜାମିନ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷ କରି କୋର୍ଟରେ ଭୁଲ ଦଲିଲ ବା ତ୍ରୁଟିପୂର୍ଣ୍ଣ ଆଧାର ପରିଚୟପତ୍ର ଦାଖଲ କରିଥିବା ଯୋଗୁଁ ସୁପ୍ରିମକୋର୍ଟ ଖେଡ଼ାଙ୍କୁ ଭର୍ତ୍ସନା କରିଛନ୍ତି ଏବଂ ଆସାମର ସମ୍ପୃକ୍ତ ଅଦାଲତକୁ ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ କୌଣସି ପୂର୍ବ ମନ୍ତବ୍ୟ ଦ୍ୱାରା ପ୍ରଭାବିତ ନହୋଇ କେବଳ ଗୁଣବତ୍ତା ଆଧାରରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଏପ୍ରିଲ ୪ ତାରିଖରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରୁ ଆରମ୍ଭ ହୋଇଥିଲା ପବନ ଖେଡ଼ାଙ୍କ ସମସ୍ୟା, ପବନ ଖେଡ଼ା ଅଭିଯୋଗ କରିଥିଲେ ଯେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ପାଖରେ ତିନୋଟି ଦେଶର ପାସପୋର୍ଟ ଏବଂ ଦୁବାଇରେ ବହୁ ପରିମାଣର ଅଘୋଷିତ ସମ୍ପତ୍ତି ରହିଛି। ଶର୍ମା ପରିବାର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଏହାକୁ ପାକିସ୍ତାନୀ ସୋସିଆଲ ମିଡିଆ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ “ଏଆଇ(କୃର୍ତ୍ତିମ ବୁଦ୍ଧିମତା)-ଜନିତ ଜାଲିଆତି” ବୋଲି ଦର୍ଶାଇଛନ୍ତି।