କଟକର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ଵୁଲି ଦେଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ

କଟକ :କଟକର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ଵୁଲି ଦେଖିଛନ୍ତି ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ । ପିସିସି ସଭାପତିଙ୍କ ସହ କଂଗ୍ରେସ ପ୍ରତିନିଧି ଦଳ ଓ କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ସହରର ପୂଜା ମଣ୍ଡପ ଗୁଡିକୁ ବୁଲି ଦେଖିଛନ୍ତି। ତେବେ ପୂଜା ପୂର୍ବରୁ ରାସ୍ତାଘାଟ ଯେଭଳି ମରାମତି ହେଵା କଥା ତାହା ହୋଇନାହିଁ ଓ ଆଜି ବର୍ଷା କାରଣରୁ ଲୋକମାନେ ଦର୍ଶନ କରିବା ପାଇଁ ଅସୁବିଧାର ସାମ୍ନା କରୁଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ଏହା ସହ ପିସିସି ସଭାପତି ରାଜ୍ୟବାସୀଙ୍କୁ ଦଶହରାର ଶୁଭକାମନା ଜଣାଇଛନ୍ତି।

Related Posts