
କଟକ : ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ବାଜି ସାରିଛି ନିର୍ବାଚନ ବିଗୁଲ । ଏନେଇ ଆଜି ବା ମଙ୍ଗଳବାର କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରିବ।ଏହି କମିଟି ଧାମନଗର ଗସ୍ତ କରି ସମ୍ଭାବ୍ୟ ପ୍ରାର୍ଥୀମାନଙ୍କର ଜିତିବା ସମ୍ଭାବନା ଆକଳନ କରି ପିସିସିକୁ ନାଁ ସୁପାରିଶ କରିବ।
ଜିତିବାର ସମ୍ଭାବନା ହିଁ ପ୍ରାର୍ଥୀ ଚୟନର ମୁଖ୍ୟ ଆଧାର ହେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଆଜି ପିସିସି ସଭାପତି କଟକ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି।