ଭାରତୀୟ ସାମ୍ବାଦିକ ଏବଂ ଆକ୍ଟିଭସ୍ଟଙ୍କ ଜାସୁସି କରୁଥିଲା ‘ପେଗାସସ୍ ସଫ୍ଟୱେୟାର’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତର ବହୁ ବଡ ବଡ ମନ୍ତ୍ରୀ, ରାଜନେତା, ବିରୋଧୀ ଦଳ ନେତା, ସାମ୍ବାଦିକ, ବୈଜ୍ଞାନିକଙ୍କ ସମେତ ବ୍ୟବସାୟୀଙ୍କ ଫୋନ ନମ୍ବର ହ୍ୟାକ ହୋଇଥିବା ଜଣାପଡିଛି। ନ୍ୟୁଜ୍ ୱେବସାଇଟ୍ ଦି ଓୟାର ପକ୍ଷରୁ ପ୍ରକାଶିତ ଖବରରେ କୁହାଯାଇଛି, ପ୍ରାୟ ୪୦ ଜଣ ଭାରତୀୟ ସାମ୍ବାଦିକଙ୍କ ଟେଲିଫୋନ୍ ନମ୍ବର ହ୍ଯାକ୍ କରାଯାଇଛି। ଏବଂ ଫୋରେନସିକ୍ ପରୀକ୍ଷଣରେ କୁହାଯାଇଛି ଯେ “ପେଗାସସ୍ ସଫ୍ଟୱେୟାର ବ୍ୟବହାର କରି ଏକ ଅଜ୍ଞାତ ସଂସ୍ଥା ଦ୍ୱାରା ହ୍ୟାକ୍ କରାଯାଇଥିଲା। ” 

ଦି ଓୟାରର ରିପୋର୍ଟ ଅନୁଯାୟୀ, ଯଦିଓ ଡାଟାବେସରେ ଏହି ସବୁ ନମ୍ବର ରହିଛି ତେବେ ସମସ୍ତ ନମ୍ବର ଯେ ହ୍ୟାକ କରାଯାଇଛି ତାହାର ଯଥେଷ୍ଟ ପ୍ରମାଣ ମିଳିନାହିଁ । ଏହି ଅଭିଯୋଗକୁ ପେଗାସସ ସଫ୍ଟୱେୟାର ବିକ୍ରି କରୁଥିବା ଇସ୍ରାଏଲୀ କମ୍ପାନୀ ଏନଏସଓ ଗ୍ରୁପ ଅଗ୍ରାହ୍ୟ କରିଛି । କେବଳ ସରକାରଙ୍କୁ ହିଁ ଏହି ସଫ୍ଟୱେୟାର ବିକ୍ରି କରାଯାଇଥାଏ। ରିପୋର୍ଟ ଅନୁଯାୟୀ ଭାରତ ସରକାରଙ୍କ ମନ୍ତ୍ରୀ, ସରକାରୀ ଅଧିକାରୀ ଏବଂ ବିରୋଧୀଦଳର ନେତାମାନେ ମଧ୍ୟ ସେହି ତାଲିକାରେ ଅଛନ୍ତି , ଯେଉଁ ମାନଙ୍କର ଫୋନ୍ ହ୍ୟାକ୍ ହୋଇଥାଇ ପରେ। 

 ଲିକ୍ ହୋଇଥିବା ଟେଲିଫୋନ୍ ନମ୍ବରରେ ହିନ୍ଦୁସ୍ତାନ ଟାଇମ୍ସ, ଦି ହିନ୍ଦୁ, ଇଣ୍ଡିଆ ଟୁଡେ, ଇଣ୍ଡିଆନ୍ ଏକ୍ସପ୍ରେସ ଏବଂ ନେଟୱାର୍କ ୧୮ ଜଣ ସମ୍ବାଦିକଙ୍କ ନାମ ଥିବା ଜଣାପଡିଛି ।  ଦ ହିନ୍ଦୁର ଜାତୀୟ ବ୍ୟୁରୋରେ କାର୍ଯ୍ୟ କରୁଥିବା ବିଜୟିତା ସିଂଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ଏତଦ୍ ବ୍ୟତୀତ ଶିଶିର ଗୁପ୍ତା, ସିଦ୍ଧାର୍ଥ ବର୍ଦ୍ଧନ, ଏମ୍. କେ ବେଣୁ , ସୁଶାନ୍ତ ସିଂ, ରୋହିଣୀ ସିଂ, ମୁଜାମିଲ ଜଲିଲ, ରିତିକା ଚୋପ୍ରା ଏବଂ ସ୍ବାତୀ ଚତୁର୍ବେଦୀଙ୍କ ଫୋନ୍ ହ୍ଯାକ୍ ହୋଇଥିବା ଜଣାପଡିଛି। 

 ସ୍ପାଇୱେୟାର ପେଗାସସ୍ ଏକ ଇସ୍ରାଏଲ୍ କମ୍ପାନୀ ଯାହାକି ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ଏହି ହ୍ୟାକିଙ୍ଗ୍‌ ସଫ୍ଟୱେର ଯୋଗାଇ ଦିଆଯାଉଛି । ଏହା ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ସିଷ୍ଟମରେ ଚାଲୁଥିବା ଫୋନରେ ସ୍ନୁପ୍ କରିବା ପାଇଁ ବ୍ୟବହୃତ ହୋଇପାରେ ।

 ଦି ଗାର୍ଡିଆନ୍ ଏବଂ ୱାଶିଂଟନ୍ ପୋଷ୍ଟ ସମେତ ୧୭ ଟି ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକ, ରାଜନେତା ଏବଂ ଆକ୍ଟିଭିସ୍ଟଙ୍କ ଫୋନରୁ ସୂଚନା ଲିକ୍ କରିବାରେ ପେଗାସସ୍ କିପରି ବ୍ୟବହାର କରାଯାଇଥିଲା ତାହାର ଅନୁସନ୍ଧାନ କରିଥିଲେ।

 ମେ ୨୦୧୯ ରେ, ହ୍ବାଟସ୍ଆପ୍ ଜାଣିବାକୁ ପାଇଥିଲା ଯେ କଲ୍ ଫଙ୍କସନ୍ ରେ ଏକ ତ୍ରୁଟି ରହିଛି। ୟୁଜରଙ୍କ ଫୋନରେ ଏକ malicious code ଇନଷ୍ଟଲ୍ କରିବା ପାଇଁ ଏହି ବଗ୍ ବ୍ୟବହୃତ ହୋଇଥିଲା । ଅକ୍ଟୋବର ୨୯ ରେ, ଏହା କୋଡ୍ କୁ ପେଗାସସ୍ ବୋଲି ଚିହ୍ନଟ କରାଯାଇଥିଲା, ଯାହାକି NSO ନାମକ ଏକ ଇସ୍ରାଏଲ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ଏହି ଘଟଣାରେ ହ୍ବାଟସ୍ଆପ୍ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ଫେସବୁକ୍ NSO ୟୁ ଏସ୍ କୋର୍ଟରେ ମାମଲା ଦାୟର କରି ଥିଲେ। 

ସ୍ପାଇ ୱେୟାର ପେଗାସସ ମୋବାଇଲ କୁ କେମିତି ଆସେ ? 

 ହ୍ବାଟସ୍ ଆପ୍ ରେ କିଛି ଟାର୍ଗେଟ୍ ଫୋନ୍ ନମ୍ବର କୁ କଲ କରି କୋଡ୍ ପଠାଯାଏ । କଲ୍ ର ରିସିଭ୍ ନକଲେ ମଧ୍ୟ ଏହି ପେଗାସସ୍ ଫୋନରେ ଏଣ୍ଟ୍ରି କରେ। ପେଗାସସ୍ ଇନଷ୍ଟଲ୍ କରିବାର ଏହା ହେଉଛି କେବଳ ଗୋଟିଏ ଉପାୟ । ରିପୋର୍ଟ ଅନୁଯାୟୀ, ଯେଉଁ ଅଜଣା ନମ୍ବରରୁ କଲ୍ ଆସେ ତାହା ହିଷ୍ଟ୍ରିରେ ଦେଖାଯାଏ ନାହିଁ। ସ୍ପାଏୱେୟାରର ଶୀକାର ହେଉଥିବା ୟୁଜରଙ୍କୁ ଚିହ୍ନଟ କରିବାରେ ହ୍ଵାଟସ୍ ଆପ୍ ସହିତ କାମ କରୁଥିବା ଟରୋଣ୍ଟୋ ୟୁନିଭରସିଟିର ସିଟିଜେନ୍ ଲ୍ୟାବ୍ ଅନୁଯାୟୀ ପେଗାସସ୍ ଇନଷ୍ଟଲ୍ କରିବାର ଏହା କେବଳ ଗୋଟିଏ ଉପାୟ। ଅନ୍ୟାନ୍ୟ କେସ୍ ରୁ ଜଣା ପଡ଼ିଛି ଯେ  , ଉଦବେଗଜନକ SMS ପଠାଇ ଏକ ଲିଙ୍କରେ କ୍ଲିକ୍ କରିବାକୁ ଟାର୍ଗେଟକୁ କହିଥାଏ ।

 ଥରେ ଇନଷ୍ଟଲ୍ ହୋଇଗଲେ, ଏହା ଟାର୍ଗେଟର କଣ୍ଟାକ୍ଟ ନମ୍ବର , କ୍ୟାଲେଣ୍ଡର ଇଭେଣ୍ଟ, ଫୋନ୍ କଲ ଏବଂ ହ୍ବାଟସ୍ ଆପ୍ ଏବଂ ଟେଲିଗ୍ରାମ ପରି ଆପରେ ମେସେଜ୍ ସ୍ପାଏୱେୟାରର ନିୟନ୍ତ୍ରକକୁ ପଠାଇଥାଏ । ଏହା କ୍ୟାମେରା କିମ୍ବା ମାଇକ୍ରୋଫୋନ୍ ଅନ୍ କରି ଫୋନକୁ ହ୍ଯାକ୍ କରିପାରେ।

 ଭାରତରେ ଅନେକ ଆଇନଜୀବୀ ତଥା ସାମ୍ବାଦିକଙ୍କ ସମେତ ୧୦୦ ରୁ ଅଧିକ ମାନବାଧିକାର କର୍ମୀ, ଆଇନଜୀବୀ ଏବଂ ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇଥିଲା।

  ଆପଣ ସୁରକ୍ଷିତ କି ?

ଆପଲ ଫୋନରେ ଏହି ସ୍ପାଇ ୱେୟାର ବ୍ୟବହାର ସହଜ ହୋଇଥାଏ । ପ୍ୟାରିସସ୍ଥିତ ଫରବିଡେନ ଷ୍ଟୋରିଜ ଓ ଆମେନଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଏହି ତଥ୍ୟ ପ୍ରକାଶ ପାଇଛି। ଗୁଗୁଲ, ପୂର୍ବ ବ୍ଲଗ୍ ପୋଷ୍ଟରେ କହିଛି ଯେ ଏହା ସଂକ୍ରମିତ ଆଣ୍ଡ୍ରଏଡ୍ ଫୋନ୍ ଚିହ୍ନଟ କରେ ଏବଂ ମାଲୱେୟାରକୁ ଅକ୍ଷମ କରିଥାଏ ଏବଂ ଟାର୍ଗେଟକୁ ସୂଚିତ କରି ଥାଏ ।

Related Posts