
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (ଏନଏସଏ) ଆଧାରରେ ଗିରଫ ହୋଇଥିବା ମଣିପୁରର ପିଲିଟିକାଲ ଆକ୍ଟିଭିସ୍ଟ୍ ଏରେଣ୍ଡ୍ରୋ ଲିଚୋବାମଙ୍କୁ ଆଜି ସଂଧ୍ୟା ସୁଦ୍ଧା ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୁଡଙ୍କ ବେଞ୍ଚ , ଆଜି ଅପରାହ୍ନ ୫ ଟା ପୂର୍ବରୁ ତାଙ୍କୁ ଜେଲ୍ ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲିଚୋମ୍ବମ୍ ଙ୍କୁ ଗୋଟିଏ ଫେସବୁକ୍ ପୋଷ୍ଟ ପାଇଁ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ଆଧାରରେ ଗିରଫ କରାଯାଇଥିଲା। ଯେଉଁଥିରେ ସେ କହିଥିଲେ ଯେ ଗୋବର କିମ୍ବା ଗୋ-ମୂତ୍ର କୋଭିଡ-19 ର ଉପଶମ ନୁହେଁ। ଜଷ୍ଟିସ ଚନ୍ଦ୍ରଚୂଡ ନିର୍ଦ୍ଦେଶ ଦେଇଛନ୍ତି ଯେ ଲିଚୋମ୍ବମ୍ ଆଜି ଅପରାହ୍ନ ୫ ଟା ସୁଦ୍ଧା ୧୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡ ରଖି ତାଙ୍କୁ ମୁକ୍ତ କରନ୍ତୁ।
ହାର୍ଭାର୍ଡ କେନେଡି ସ୍କୁଲର 2012 ସ୍ନାତକ ଏରାଣ୍ଡ୍ରୋ ଲିଚୋମ୍ବମ୍ ଏବଂ ଇମ୍ଫାଲର ସାମ୍ବାଦିକ କିଶୋରଚନ୍ଦ୍ର ୱାଙ୍ଗକେମଙ୍କ ତାଙ୍କ ଫେସବୁକ ପୋଷ୍ଟ୍ ପାଇଁ ମେ 13 ତାରିଖରୁ ମଣିପୁରର ସାଜୱା ଜେଲରେ ଅଛନ୍ତି। ଲାଇଭ୍ ଲ ରିପୋର୍ଟ ଅନୁଯାୟୀ, ଏହି ପୋଷ୍ଟରେ ଲିଚମ୍ବମ୍ ଲେଖିଛନ୍ତି, “କରୋନାର ଚିକିତ୍ସା ପାଇଁ ଗାଇ ଗୋବର କିମ୍ବା ଗୋ ମୂତ୍ର ବ୍ୟବହାର କରିବା ଉଚିତ୍ ନୁହେଁ। ଏହାର ଚିକିତ୍ସା ବିଜ୍ଞାନ ଏବଂ ସାଧାରଣ ଜ୍ଞାନ ଦ୍ବାରା ହୋଇଥାଏ ପ୍ରଫେସର ଜି।”
ଏରେଣ୍ଡ୍ରୋଙ୍କ ଗିରଫଦାରୀ ମଣିପୁରର ଏନ ବିରେନ ସିଂ ସରକାରଙ୍କ ପ୍ରଥମ ଘଟଣା ନୁହେଁ। ଜୁଲାଇ 2020 ରେ, ରାଜ୍ୟ ପୋଲିସ ଫେସବୁକ ପୋଷ୍ଟ୍ ପାଇଁ ଏରେଣ୍ଡ୍ରୋଙ୍କ ବିରୋଧରେ ଦେଶଦ୍ରୋହ ମାମଲା (124A) ଲଗାଇ ଥିଲେ ।
ମଣିପୁର ବିଜେପି ସଭାପତି ପ୍ରଫେସର ଟିକେନ୍ଦ୍ର ସିଂ କରୋନାରେ ମୃତ୍ୟୁ ପରେ ତାଙ୍କର ଏହି ଫେସବୁକ୍ ପୋଷ୍ଟ ଟି ସାମ୍ନାକୁ ଆସିଥିଲା । ତେବେ ଏହି ପୋଷ୍ଟକୁ ବିରୋଧ କରି ବିଜେପି କର୍ମୀ ମାନେ ମାମଲା ଦାୟର କରିଥିଲେ। ପରେ ଲିଚୋମ୍ବମ୍ ଙ୍କୁ ପୋଲିସ ଗିରଫ କରିଥିଲା। ମେ 17 ରେ, ଲିଚୋମ୍ବମ୍ ସ୍ଥାନୀୟ କୋର୍ଟରୁ ଜାମିନ ପାଇଥିଲେ, କିନ୍ତୁ ଏହା ପରେ ଇମ୍ଫାଲ୍ ପଶ୍ଚିମ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କୁ ଏନଏସଏ ଅଧୀନରେ ଗିରଫ କରିଥିଲେ।