‘ଜଜ୍ ଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଭୁଲ ଧାରଣା ସୃଷ୍ଟି ହୋଇଛି, ସେମାନଙ୍କୁ ଶିକ୍ଷିତ କରିବା ଆବଶ୍ୟକ’ – ସିଜେଆଇ ରାମନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତର ପ୍ରଧାନ ବିଚାରପତି (ସିଜେଇ) ଏନ୍ ଭି ରମନା ଜଜ୍ ଙ୍କ ଜୀବନ ବିଷୟରେ ଖୋଲିଖୋଲି ଭାବେ  ମତବ୍ୟକ୍ତ କରିଛନ୍ତି। ୧୨ ଅଗଷ୍ଟରେ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ଜଷ୍ଟିସ ଆରଏଫ ନରିମାନଙ୍କ ବିଦାୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନ ବିଚାରପତି କହିଛନ୍ତି ଯେ, ” ଜଣେ ବିଚାରପତିର ଜୀବନ ବଞ୍ଚିବା ବହୁ କଷ୍ଟକର। ଯଦି ଜଣେ ବିଚାରପତି ହେବାକୁ ନିଷ୍ପତ୍ତି ନିଅନ୍ତି, ସେତେବେଳେ ତାଙ୍କୁ ଅନେକ ବଳିଦାନ ଦେବାକୁ ପଡିଥାଏ – କମ୍ ଅର୍ଥ, ସାମାଜିକ ଜୀବନରେ କମ୍ ଭୂମିକା ଏବଂ ବହୁତ କାମ କରିବାକୁ ପଡ଼ିଥାଏ। କିନ୍ତୁ ତଥାପି ବି ସାଧାରଣରେ ଏକ ଧାରଣା ରହିଛି ଯେ ବିଚାରପତିମାନେ ବଡ଼ ବଙ୍ଗଳାରେ ରହନ୍ତି, କେବଳ ୧୦ରୁ ୪କାମ କରନ୍ତି ଏବଂ ସେମାନଙ୍କ ଛୁଟିଦିନ ଉପଭୋଗ କରନ୍ତି । ଏଭଳି ଧାରଣା ପ୍ରକୃତରେ ଭୁଲ । “

ସିଜେଆଇ କହିଛନ୍ତି ଯେ “ପ୍ରତି ସପ୍ତାହରେ ଜଣେ ବିଚାରପତି ୧୦୦ରୁ ଅଧିକ ମାମଲାର ଶୁଣାଣି କରିବା , ନିରପେକ୍ଷ ଯୁକ୍ତି ଶୁଣିବା, ସ୍ବାଧୀନ ଅନୁସନ୍ଧାନ କରିବା ଏବଂ ପ୍ରକୃତ ଦୋଷୀକୁ ଦଣ୍ଡ ଦେବା ସହଜ ନୁହେଁ। ଏଥିସହ ଜଣେ ବିଚାରପତିଙ୍କ ବିଭିନ୍ନ ପ୍ରଶାସନିକ କର୍ତ୍ତବ୍ୟ, ବିଶେଷ କରି ଜଣେ ବରିଷ୍ଠ ବିଚାରପତିଙ୍କ ପାଇଁ ମଧ୍ୟ ଏହା ସହଜ ହୋଇ ନଥାଏ। “

 CJI କହିଛନ୍ତି, “କୋର୍ଟ ଛୁଟିଦିନ ଗୁଡ଼ିକରେ ମଧ୍ୟ ଆମେ କାର୍ଯ୍ୟ କରୁ , ଅନୁସନ୍ଧାନ ଏବଂ ରାୟ ଲେଖିଥାଉ। ଏ ସବୁପରେ ମଧ୍ୟ ଯେତେବେଳେ ମତ ପ୍ରକାଶ ପାଏ କି ବିଚାରପତିଙ୍କ ଜୀବନ ଖୁବ ସହଜ, ତାହା ସହଜରେ ଗ୍ରହଣ କରି ହୁଏନାହିଁ। ଜଣେ ବିଚାରପତିର ଜୀବନ ବଞ୍ଚିବା ସହଜ ନୁହେଁ। ସେ କହିଛନ୍ତି, “ଆମେ ନିଜକୁ ରକ୍ଷା କରିପାରୁ ନାହିଁ। ଏହି ମିଥ୍ୟା କାହାଣୀକୁ ଖଣ୍ଡନ କରିବା ଏବଂ ସୀମିତ ସମ୍ବଳ ଥିବା ବିଚାରପତିଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ବିଷୟରେ ଜନସାଧାରଣଙ୍କୁ ଶିକ୍ଷା ଦେବା ବାରର କର୍ତ୍ତବ୍ୟ।”

ଜଜ୍ ହେବା ପାଇଁ ଦେବାକୁ ପଡୁଥିବା ବଳିଦାନ ବିଷୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ ସବୁଠାରୁ ବଡ ବଳିଦାନ ହେଉଛି ମୁଦ୍ରା।  ସେ କହିଛନ୍ତି ଯେ ଯଦି ଜଷ୍ଟିସ ନରିମାନ ବିଚାରପତି ହେବା ପରିବର୍ତ୍ତେ ଜଣେ ଓକିଲ ହୋଇ ରହିଥାନ୍ତେ, ତେବେ ସେ ଅଧିକ ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଜୀବନ ବିତାଇଥାନ୍ତେ।

Related Posts