ଗତ ୨୪ ଘଣ୍ଟାରେ ୧,୧୯୩ ଆକ୍ରାନ୍ତ ଚିହ୍ନଟ, ୬୦ ମୃତ ୬,୭୫୭ କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଆଜି ବି ୧୦୦୦ ଡେଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧,୧୯୩ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ବାକି ୪୯୮ଟି ଲୋକାଲ୍ କେସ୍‌ ରହିଛି । ଏପଟେ ଆଉ ୬୦ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୭୫୭କୁ ବୃଦ୍ଧି ପାଇଛି।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୫ ଜଣ , କଟକରୁ ୧୬୧ ଜଣ , ଅନୁଗୋଳରୁ ୪୯, ବାଲେଶ୍ୱରରୁ ୬୯, ବରଗଡ଼ରୁ ୧୦, ଭଦ୍ରକରୁ ୧୫, ବଲାଙ୍ଗିରରୁ ୯, ବୌଦ୍ଧରୁ ୩, ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୧, ଗଜପତିରୁ ୨, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୫୬, ଯାଜପୁରରୁ ୫୦, ଝାରସୁଗୁଡ଼ାରୁ ୧୦, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୨୦, କୋରାପୁଟରୁ ୪, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩୯, ନୂଆପଡ଼ାରୁ ୨, ପୁରୀରୁ ୩୪, ରାୟଗଡ଼ାରୁ ୯, ସମ୍ବଲପୁରରୁ ୧୧ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୯୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଥାଉକି ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

ଗତ ୨୪ ଘଣ୍ଟାରେ ୬୦ ମୃତକଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାରୁ ୧୩ ଜଣ , କଟକରୁ ୧୧, ବଲାଙ୍ଗିରରୁ ୬, ଅନୁଗୋଳ, ଜଗତସିଂହପୁର ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ, ଦେବଗଡ଼ରୁ ୪, ଢେଙ୍କାନାଳ ଓ ଯାଜପୁରରୁ ୩ ଜଣ ଲେଖାଏଁ, ବାଲେଶ୍ୱର ଓ ଝାରସୁଗୁଡ଼ାରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକରୁ ଜଣେ ଅଛନ୍ତି।

ଅପରପକ୍ଷରେ ଚହ୍ନଟ ହୋଇଥିବା ୧,୧୯୩ ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୩୭୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୪ ହଜାର ୭୫୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ ହଜାର ୮୦୯ ଜଣ ଚିକିତ୍ସାଧୀନ ଅଛନ୍ତି।

Related Posts