ବୁଷ୍ଟର ଡୋଜ ପ୍ରତି କମୁଛି ଲୋକଙ୍କ ଆଗ୍ରହ, ୧୦ କୋଟି କୋଭିସିଲ୍ଡ ଟିକା ନଷ୍ଟ କଲା ସେରମ୍ ଇନଷ୍ଟିଚ୍ୟୁଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତରଫରୁ ଗତବର୍ଷ ଡିସେମ୍ବର ମାସରୁ କୋଭିସିଲ୍ଡ ଟିକା ଉତ୍ପାଦନ ବନ୍ଦ କରିଦେଇଥିଲା । ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା କହିଛନ୍ତି ଯେ ଏବେ ବୁଷ୍ଟର ଡୋଜର ଆବଶ୍ୟକତା ମଧ୍ୟ କ୍ରମଶଃ ବନ୍ଦ ହୋଇଯାଇଛି । ଏନେଇ ସେ କହିଛନ୍ତି କି ଏହି କାରଣରୁ ଏବେ ସେରମ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ୧୦୦ ମିଲିୟନ ବା ୧୦ କୋଟି ଟିକା ନଷ୍ଟ କରିଦିଆଯାଇଛି ।

ବିକାସଶୀଳ ଦେଶର ଟିକା ଉତ୍ପାଦନ ନେଟୱର୍କ ବୈଠକରେ ଅଦାର ପୁନାୱାଲା କହିଛନ୍ତି ଯେ, ଏବେ ଲୋକମାନେ କରୋନା ସଂକ୍ରମଣକୁ ନେଇ ବିରକ୍ତ ହୋଇଯାଇଛନ୍ତି । ଫଳରେ ଲୋକମାନେ ଆଉ ଟିକା ପ୍ରତି ଆଗ୍ରହ ଦେଖାଉ ନାହାଁନ୍ତି । ବୁଷ୍ଟର ଡୋଜ ପ୍ରତି ଲୋକମାନେ ଆଗ୍ରହ ନଦେଖାଇବାରୁ ଏତେଗୁଡିଏ ଟିକା ନଷ୍ଟ କରିବାକୁ ପଡିଲା ।

ଅନ୍ୟପଟେ କୋବାଭାକ୍ସକୁ ନେଇ ପୁନାୱାଲା କହିଛନ୍ତି ଜି, ଆଗାମୀ ୨ ସପ୍ତାହ ମଧ୍ୟରେ ଏହାକୁ ଅନୁମତି ମିଳିବା ଆବଶ୍ୟକ । କାରଣ ଆଗକୁ ସଂକ୍ରମିତ ରୋଗ ପାଇଁ ଲୋକମାନଙ୍କୁ ଟାବଲେଟ୍ ବାଣ୍ଟିବାକୁ ପଡିବ । ଭାରତରେ ସଂକ୍ରମିତ ରୋଗ ପାଇଁ ଔଷଧ ସହଜରେ ଉପଲବ୍ଧ ହୋଇନଥାଏ ,ଯାହାକି ବିଦେଶରୁ ଆଣିବାକୁ ପଡିଥାଏ ।

ସେପଟେ ଓମିକ୍ରନ ଭାରିଆଣ୍ଟ ପାଇଁ ଭ୍ୟାକ୍ସିନ ବିକଶିତ ଉପରେ ସେ କହିଛନ୍ତି ଯେ, ଏନେଇ ଆମେରିକୀୟ କମ୍ପାନୀ ନୋବାଭାକ୍ସ ସହ ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛନ୍ତି । ଏନେଇ ବିଭିନ୍ନ ସ୍ତରରେ ପରୀକ୍ଷା ଚାଲିଛି । ଓମିକ୍ରନ ପାଇଁ ପ୍ରସ୍ତୂୁତ ହେଉଥିବା ବୁଷ୍ଟର ଡୋଜକୁ ଆଗାମୀ ୧୦-୧୫ ଦିନ ମଧ୍ୟରେ ମଞ୍ଜୁରୀ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

Related Posts