ଧାରା ୩୭୦ ନେଇ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଆବେଦନ, ଆଜିଠୁ ସୁପ୍ରିମକୋର୍ଟରେ ଶୁଣାଣୀ

ନୂଆଦିଲ୍ଲୀ: ଜଷ୍ଟିସ ଏନଭି ରମଣଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠ ଧାରା ୩୭୦ର ଅଧିକାଂଶ ବ୍ୟବସ୍ଥାକୁ ନିଷ୍କ୍ରିୟ କରିବାକୁ ଚ୍ୟାଲେଞ୍ଜ ଦେଇଥିବା ଆବେଦନ ଉପରେ ମଙ୍ଗଳବାର ଠାରୁ ଶୁଣାଣୀ ଆରମ୍ଭ ହେବ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଜମ୍ମୁ କଶ୍ମୀରରେ ମାନବାଧିକାର ଉଲଂଘନ ସଂପର୍କିତ ମାମଲାକୁ ଜଷ୍ଟିସ ରମଣଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠଙ୍କୁ ପଠାଇଛନ୍ତି । ଜଷ୍ଟିସ ଗୋଗୋଇ କହିଛନ୍ତି, ତାଙ୍କର ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାମ ମନ୍ଦିର-ବାବ୍ରୀ ମସଜିଦ ମାମଲାରେ ବ୍ୟସ୍ତ ଅଛି ।

ପ୍ରଧାନ ବିଚାରପତି ସୋମବାର କହିଛନ୍ତି, ସମୟ କେଉଁଠି, ଆମେ ଅଯୋଧ୍ୟା ମାମଲାରେ ଶୁଣାଣୀ କରୁଛୁ । ଶୁଣାଣୀର ଗତ ତାରିଖରେ ଜଷ୍ଟିସ ଗୋଗୋଇ ଆଶା କରିଥିଲେ ଯେ, ଜମ୍ମୁ କଶ୍ମୀରରେ ନାବାଳକମାନଙ୍କୁ ଥାନାର ହେପାଜତରେ ରଖିବା ନେଇ ଆଶ୍ୱସ୍ତି ଦିଆଯିବ । ମାତ୍ର ସେ କହିଥିଲେ ହାଇକୋର୍ଟଙ୍କ ତରଫରୁ ଏକ ରିପୋର୍ଟରେ ସୁପ୍ରିମକୋର୍ଟଙ୍କୁ ମିଳିଛି କିନ୍ତୁ ତାଙ୍କ ନିକଟରେ ଏହି ମାମଲାକୁ ଦେଖିବା ପାଇଁ ସମୟର ଅଭାବ ।

ଜଷ୍ଟିସ ରମଣଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠରେ ସଂଜୟ କିଶନ କାଉଲ, ଜଷ୍ଟିସ ଆର ସୁବାଷ ରେଡ୍ଡି, ଜଷ୍ଟିସ ବିଆର ଗବଓ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ସାମିଲ ଅଛନ୍ତି । ଏହାରି ମଧ୍ୟରେ ପ୍ରେସକୁ ସ୍ୱାଧୀନତା, ସଂଚାର ସୁବିଧାରେ କଟକଣା, ଲକଡାଉନର ବୈଧତା ଆଦି ଆବେଦନ ମଧ୍ୟ ଆସିଛି । ମାତ୍ର ପ୍ରଧାନ ବିଚାରପତି ନ୍ୟାସନାଲ କନଫ୍ରେନ୍ସର ସଦସ୍ୟ ସମୀର କାଉଲଙ୍କ ଏକ ଅନ୍ୟ ଆବେଦନ ନେଇ ନୋଟିସ ଜାରି କରିଛନ୍ତି ।

Related Posts