ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଶିରିଡି-ପୁରୀ ଏକ୍ସପ୍ରେସ; ବଗିରୁ ଅଲଗା ହେଲା ଇଞ୍ଜିନ

ଭୁବନେଶ୍ୱର : ଶିରିଡି-ପୁରୀ ଏକ୍ସପ୍ରେସ ଅଳ୍ପକେ ଏକ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ଶିରିଡିରୁ ପୁରୀ ଫେରୁଥିବା ବେଳେ ଡେଲାଙ୍ଗ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି।

ଟ୍ରେନଟି ଟ୍ରାକ ପରିବର୍ତ୍ତନ କରି ପୁରୀ ଆଡକୁ ଯାଉଥିବା ବେଳେ ଇଞ୍ଜିନ ବଗିରୁ ଅଲଗା ହୋଇଯାଇଥିଲା । ଇଞ୍ଜିନ ବଗିର ଅଲଗା ହୋଇ ୨୦ ୦ରୁ ୩୦୦ ମିଟର ଆଗକୁ ପଳାଇଥିଲା । ପରେ ଇଞ୍ଜିନକୁ ବଗି ସହ ସଂଯୋଗ କରାଯାଇଛି। ଅଳ୍ପରେ ଏକ ବଡ ଦୁର୍ଘଟଣାରୁ ଯାତ୍ରୀମାନେ ରକ୍ଷା ପାଇଯାଇଛନ୍ତି ।

Related Posts