ଭାରତ ବାୟୋଟେକ ପ୍ରସ୍ତୁତ ନାଜାଲ ଭ୍ୟାକସିନର ୨ୟ ଓ ୩ୟ ପର୍ଯ୍ୟାୟ ଟ୍ରାଏଲକୁ ମିଳିଲା ଅନୁମତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ପ୍ରଥମ ନାଜାଲ ଭ୍ୟାକସିନର ଟ୍ରାଏଲ୍ କୁ ମିଳିଲା ଗ୍ରୀନ୍ ସିଗନାଲ। ଏହି ପ୍ରଥମ ନାଜାଲ ଭ୍ୟାକସିନକୁ ଭାରତ ବାୟୋଟେକ ପ୍ରସ୍ତୁତ କରିବ। ଶୁକ୍ରବାର ଦିନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଭାରତ ବାୟୋଟେକର BBV154 ଇଣ୍ଟ୍ରାନାଜାଲ୍ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ନିୟାମକ ଅନୁମୋଦନ ପାଇଛି।

ଭାରତର ପ୍ରଥମ ନାଜାଲ କରୋନା ଟିକାର ୨ୟ ଓ ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଲାଗି ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଅନୁମତି ଦେଇଛନ୍ତି । BBV154 ହେଉଛି ଏକ ଇଣ୍ଟ୍ରାନାଜାଲ୍ ଆଡେନୋଭାଇରସ୍ SARS-CoV-2 ଟିକା।ଆମେରିକାର ସେଣ୍ଟ ଲୁଇସର ୱାଶିଂଟନ୍ ୟୁନିଭରସିଟିରୁ କମ୍ପାନୀର ଲାଇସେନ୍ସପ୍ରାପ୍ତ ଟେକ୍ନୋଲୋଜି ରହିଛି ।

କେନ୍ଦ୍ର ସରକାରଙ୍କ ବାୟୋଟେକନଲୋଜୀ ବିଭାଗ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ବାୟୋଟେକନଲୋଜୀ ଇଣ୍ଡଷ୍ଟ୍ରି ରିସର୍ଚ୍ଚ କାଉନସିଲ ସହାୟତାରେ ଏହାକୁ ପ୍ରସ୍ତୁତ କରାଯାଇଛି । ମନ୍ତ୍ରଣାଳୟର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା 18 ରୁ ଅଧିକ ଓ 60 ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ସମାପ୍ତ ହୋଇଛି ।

“କମ୍ପାନୀ ରିପୋର୍ଟ କରିଛି ଯେ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ସୁସ୍ଥ ସ୍ବେଚ୍ଛାସେବୀମାନଙ୍କୁ ଦିଆଯାଉଥିବା ଟିକା ର ରେଜଲ୍ଟ ଭଲ ରହିଛି। ପୂର୍ବରୁ, ଟିକା ନିରାପଦ, ଇମ୍ୟୁନୋଜେନିକ୍ ଏବଂ ପ୍ରି-କ୍ଲିନିକାଲ୍ ଅଧ୍ୟୟନରେ ମଧ୍ୟ ଭଲ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ଅନ୍ୟ ଟିକାଗୁଡ଼ିକ ଇଂଜେକ୍ସନ ମଧ୍ୟମରେ ଦିଆଯାଉଥିବାବେଳେ ଏହାକୁ ନାକରେ ସ୍ପ୍ରେ କରାଯ଼ିବ । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଏବେ ଦେଶରେ ଟିକାକରଣ ପାଇଁ ବ୍ୟବହାର କରାଯାଉଥିବାବେଳେ ଏହି କମ୍ପାନି ଦ୍ବାରା ପ୍ରସ୍ତୁତ ନାଜାଲ ସ୍ପ୍ରେ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି ।

Related Posts