ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ, ମାସକ ଭିତରେ ତୃତୀୟ ଓଡ଼ିଶା ଗସ୍ତ

ମାସକ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ଓଡ଼ିଶା ଗସ୍ତ । ଆଜି ବଲାଙ୍ଗୀର ଆସୁଛନ୍ତି ପ୍ରଧାନମନ୍ତ୍ରୀ । ବଲାଙ୍ଗୀର ପଥରପେଚାଠାରେ ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବେ । ଏଥିସହ ପ୍ରଧାନମନ୍ତ୍ରୀ ମୋଟ ୧୫୪୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍ଥାନୀୟ ପୋଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରଧାନମନ୍ତ୍ରୀ ପ୍ରଥମେ ବଲାଙ୍ଗୀର ରେଳ ଷ୍ଟେସନ ନିକଟରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।

ତା’ ପରେ ପଥରଚେପାଠାରେ ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ଉଦ୍‌ବୋଧନ ଦେବେ । ନିର୍ଦ୍ଧାରିତ ହୋଇ ନ ଥିଲେ ହେଁ ପ୍ରଧାନମନ୍ତ୍ରୀ ବଲାଙ୍ଗୀରରେ ରୋଡ଼ ସୋ କରିପାରନ୍ତି । ଏସ୍‌ପିଜି ପକ୍ଷରୁ ପୂର୍ବରୁ ହିଁ ସୁରକ୍ଷା ବ୍ୟବସ୍ଥାକୁ ଯାଂଚ କରାଯାଇଛି ।

Related Posts