ଦଶପଲ୍ଲାରେ ଦୁର୍ଘଟଣା, ଦୋକାନ ଉପରେ ଚଢ଼ିଗଲା ପର୍ଯ୍ୟଟକ ବସ୍‌

ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା ଗୋଟିଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବଲାଙ୍ଗୀର ଲୁଇସିଂହାରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ପର୍ଯ୍ୟଟକମାନଙ୍କର ଏକ ବସ୍‌ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଟାକରା ନିକଟରେ ଭାରସାମ୍ୟ ହରାଇଥିଲା ।

ରାସ୍ତା କଡ଼ରେ ଥିବା ଏକ କ୍ୟାବିନ୍‌ ଦୋକାନ ଉପରେ ବସ୍‌ଟି ମାଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ସ୍ଥାନୀୟ ପୁଲିସ , ଦମକଳ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଲୁଇସିଂହା ଅଞ୍ଚଳର କେତେକ ପର୍ଯ୍ୟଟକ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ OD3G8071 ନମ୍ବର ବିଶିଷ୍ଟ ‘ଚକାଡୋଳା’ ନାମକ ଘରୋଇ ବସରେ ପୁରୀ ଅସୁଥିଲେ । ଦଶପଲ୍ଲା ଥାନା ଅଧୀନ ଟାକରାଠାରେ ଭୋର ପ୍ରାୟ ୪ଟା ବେଳେ ବସ୍‌ଟି ଏକ ବୁଲାଣି ଅତିକ୍ରମ କରିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ରାସ୍ତାକଡ଼ରେ ଥିବା ଏକ କ୍ୟାବିନ୍‌ ଉପରେ ବସ୍‌ଟି ଚଢ଼ିଯାଇଥିଲା ।

Related Posts