(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ନେଇ ଫସିଗଲେ ଏଏସ୍ଆଇ। ଵଡ଼ଗାଁ ଥାନା ଏଏସ୍ଆଇ ଜଣେ ଅଭିଯୁକ୍ତଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଉକ୍ତ ପୋଲିସ ଅଧିକାରୀଙ୍କ ନାଁ ହେଉଛି କୈଳାସ ନାଏକ। ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ବଡ଼ଗାଁ ଥାନା ଅଞ୍ଚଳର ରେଙ୍ଗାଲମାଲର ବୈକୁଣ୍ଠ ରାଉତ ନାମକ ଜଣେ ବ୍ୟକ୍ତି ଏକ ମାମଲାର ତାଙ୍କ ନାମରେ ଲାଗିଥିବା ଦଫା କୋହଳ କରିବାକୁ ଏଏସଆଇ କୈଳାସ ନାଏକ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
କିନ୍ତୁ ଏତେ ଗୁଡ଼ାଏ ଟଙ୍କା ଦେବାକୁ ଵୈକୁଣ୍ଠ ଅସମର୍ଥ ଥିବାରୁ ଏଏସ୍ଆଇ ତାଙ୍କୁ ୩୦ ହଜାର ଟଙ୍କା ଦେଵାକୁ କହିଥିଲେ। କିନ୍ତୁ ବୈକୁଣ୍ଠ ରାଉତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ସେ ମଙ୍ଗଳବାର ଅର୍ଥାତ୍ ଆଜି ଅଗ୍ରୀମ ୫ ହଜାର ଟଙ୍କା ଏଏସଆଇ କୈଳାସ ନାଏକଙ୍କୁ ଦେଇଥିଲେ। ଆଉ ସେହି ସମୟରେ ଭିଜିଲାନ୍ସ ଟିମ୍ ଏଏସ୍ଆଇଙ୍କୁ ଗିରଫ କରିଛି । ତାଙ୍କ ଠାରୁ ଲାଞ୍ଚ ନେଇଥିବା ଟଙ୍କା ମଧ୍ୟ ଜବତ କରାଯାଇଥିଲା।