ଗଞ୍ଜେଇ ଚୋରାଚାଲାଣ ବେଳେ ପୁଲିସ ହାତରେ ଧରି ପଡ଼ିଲେ ଦୁର୍ବୃତ, ୩୪୯ କିଲୋ ଗଂଜେଇ ଜବତ, ୨ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଞ୍ଜେଇ ଚୋରା ଚାଲାଣ ସମୟରେ କୋରାପୁଟ ଜିଲ୍ଲା ବାଲିଗୁଡ଼ା ଛକ ନିକଟସ୍ଥ କୁମ୍ଭିଗୁଡ଼ାରୁ ୩୪୯ କିଲୋ ୫୦୦ ଗ୍ରାମ୍ ଦେଶୀ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।ସୂଚନା ଅନୁଯାୟୀ, ବାଲିଗୁଡ଼ା ଛକ ନିକଟସ୍ଥ କୁମ୍ଭିଗୁଡ଼ାରେ ଏକ ମାରୁତି ସୁଜୁକି କାର (ଏପି ୩୧ ବିଏଚ୍୦୯୯୪)ରୁ ୩୪୯ କିଲୋ ୫୦୦ ଗ୍ରାମ୍ ଦେଶୀ ଗଞ୍ଜେଇ ଜବତ ହୋଇଛି। ଘଟଣାସ୍ଥଳରୁ ସନ୍ଦର ପଡୱା ଓ ଗଜେନ୍ଦ୍ର ଗଡ଼ବା ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି ପଡବା ପୁଲିସ। ଏନେଇ ମାମଲା ରୁଜୁ କରାଯିବା ସହ ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ଜବତ ଗଞ୍ଜେଇ ଜୟପୁରରୁ ଛତିଶଗଡ଼କୁ ଚାଲାଣ କରାଯାଉଥିବା ଜଣ ପଡ଼ିଛି।

Related Posts