ଦଶହରାରେ ବ୍ୟାଣ୍ଡ, ଡିଜେ ପାଇଁ କମିସନରେଟ ପୋଲିସର କଟକଣା, ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦଶହରା ପାଇଁ କମିସନରେଟ ପୋଲିସ ପକ୍ଷରୁ କଟକଣା ଲାଗୁ ହୋଇଛି । ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରିଛି କମିସନରେଟ ପୋଲିସ। ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭସାଣିରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି। ମ୍ୟୁଜିକ ପାର୍ଟି ୪ରୁ ୫ଟି ସାଉଣ୍ଡବକ୍ସ ବ୍ୟବହାର କରିପାରିବେ । ଏଥିପାଇଁ କଟକ ଓ ଭୁବନଶ୍ୱେର ଡିସିପିଙ୍କ ଠାରୁ ଅନୁମତି ନେବାକୁ ପଡିବ । ଶୋଭାଯାତ୍ରାରେ ମୋଟ ୬ଟି ଟ୍ରଲିକୁ ଅନୁମତି ମିଳିବ । ଏହି ନିୟମ ଅମାନ୍ୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts