ପୋଲିସ SDPO ଓ ଆଇଆଇସି ଙ୍କ ଚୋରା ପୀରତୀ ହେଲା ଭାଇରାଲ: ପତ୍ନୀ ଆଣିଲେ ଅଭିଯୋଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅନୁଗୁଳ ଏସ.ଡି.ପି.ଓ. ଅଶ୍ୱିନୀ କୁମାର ସାହୁଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ମମତା ସାହୁ । ୧୭ ବର୍ଷର ବୈବାହିକ ଜୀବନ ଜାପନ କରିବା ସତ୍ତେ ଅଶ୍ୱିନୀ ଜଣେ ଆଇ.ଆଇ.ସି. ମହିଳାଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ମମତା । ସେ କହିଛନ୍ତି ତାଙ୍କ ଅଜାଣତରେ ଛାଡପତ୍ର ଆବେଦନ କରିଛନ୍ତି ଅଶ୍ୱିନୀ । ଅଶ୍ୱିନୀ ଆଇ.ଆଇ.ସି. ଙ୍କ ସହ ଶାରୀରିକ ସମ୍ପର୍କର ଏକ ଭିଡିଓ ଭାଇରାଲ ହେବାକୁ ଲାଗିଥିବାରୁ ଅଶ୍ୱିନୀଙ୍କ ପାଇଁ ମାମଲା ଆହୁରି କଠିନ ହୋଇଯାଇଛି । ଅଶ୍ୱିନୀ ବର୍ତ୍ତମାନ ଅନୁଗୁଳ ଏସ.ଡି.ପି.ଓ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ପ୍ରେମିକା ମୟୂରଭଞ୍ଜ ଜିଲ୍ଲାର ଏକ ଥାନାରେ ଆଇ.ଆଇ.ସି ଭାବେ କାର୍ଯ୍ୟ କରୁଥିବା ଜଣାପଡିଥିଲା । ମମତାଙ୍କ କହିବା ଅନୁଯାୟୀ ଅମ ବିବାହ ୨୦୦୪ରେ ହେଇଥିଲା ବିବାହରେ ଉଭୟଙ୍କ ପରିବାର ସାମିଲ ଥିଲେ । ବିବାହର କିଛିବର୍ଷ ପର୍ଯ୍ୟନ୍ତ ସମ୍ପର୍କ ଠିକଠାକ୍ ଥିଲା ହେଲେ ୨୦୧୧ ମସିହାରେ ଅଶ୍ୱନୀଙ୍କ ଯାଜପୁର ଟାଉନ ଥାନରେ ପୋଷ୍ଟିଂ ହେବା ପରେ ଉଭୟଙ୍କ ସମ୍ପର୍କ ବିଗିଡିବା ଆରମ୍ଭ ହୋଇଥିଲା । ଯାଜପୁର ଥାନାରେ କାର୍ଯ୍ୟରତ ମହିଳା ସବ୍-ଇନ୍ସପେକ୍ଟରଙ୍କ ସହ ଅଶ୍ୱନୀଙ୍କ ସମ୍ପର୍କ ନିବିଡ ହୋଇଥିଲା । ଏନେଇ ମୁଁ ତାଙ୍କୁ ଅନେକଥର ବାରଣ କରିଛି , ହେଲେ ସେ ଏହାକୁ ପ୍ରଫେସନାଲ ମାମଲା କହି ସେ ମୋ କଥାକୁ ଏଡାଇ ଦେଇଥିଲେ ମୁଁ ଘରେ ନଥିବା ସମୟରେ ସେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଘରକୁ ଆଣୁଥିଲେ । ଏପରିକି ଉଭୟଙ୍କ ରୋମାନ୍ସ ସମୟର ଭିଡିଓ ମଧ୍ୟତିଆରିକରିଥିଲେ ବୋଲି ମମତା କହିଛନ୍ତି । ମହିଳା ଏସ.ଆଇ ପ୍ରମୋସନ୍ ପାଇ ମୟୁରଭଞ୍ଜ ଜିଲ୍ଲାକୁ ଆଇ.ଆଇ.ସି. ଭାବେ ବଦଳି ହୋଇଥିଲେ । ଏପଟେ ଅଶ୍ୱିନୀ ଗଞ୍ଜାମ ଜିଲ୍ଲାକୁ ଟ୍ରାନ୍ସଫର ହୋଇଥିଲେ । ଦୁହେଁ ବହୁତ ସମୟ ଛୁଟି ନେଇ ଏକାଠି ରହୁଥିଲେ ବୋଲି ମମତା କହିଛନ୍ତି । ମୁଁ ଏସବୁ ବିରୋଧ କୋରିବାରୁ ଅଶ୍ୱନୀ ମୋତେ ବର୍ଦ୍ଦିର ଭୟ ଦେଖାଇ ଆସୁଥିଲେ । ସେ ବହୁତ ଥର ମାଡ ମାରିଛନ୍ତି ମୋତେ । ମୋ ଅଜାଣତରେ ସେ କୋର୍ଟରେ ଛାଡପତ୍ର ଆବେଦନ କିରିଛନ୍ତ । ତାହା ମୁଁ ଚାହୁଁନାହିଁ କାରଣ ମୋ ପୁଅ ଏବେ ବଡ ହୋଇଗଲାଣି । ମୋ ସ୍ୱାମୀ ଘରକୁ ଫେରି ଆସନ୍ତୁ ବେଲି ମୁୂଁ ଚାହୁଁଚି । ମୁଁ ଆଜିକୁ ମାସେ ତଳେ ଏହି ଅଭିଯୋଗ ପୋଲିସ ଡିଜି ଓ ମହିଳା କମିଶନଙ୍କ ନିକଟରେ କରିଥିଲି । କିନ୍ତୁ ଏପର୍ଯ୍ୟନ୍ତ ମୋତେ ନ୍ୟାୟ ଦେବା ଲାଗି କିଛି ପଦକ୍ଷେପ ନିଆଜାଇ ନାହିଁ ବୋଲି ମମତା କହିଛନ୍ତ ।

Related Posts