ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକ : ସଂସଦର ୫୪୦ ସାଂସଦଙ୍କ ମଧ୍ୟରୁ ୧୬୮ ଜଣଙ୍କର ୨ରୁ ଅଧିକ ସନ୍ତାନ , ୧୦୫ ହେଉଛନ୍ତି ଶାସକ ବିଜେପି ଦଳର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରପ୍ରଦେଶ ଏବଂ ଆସାମ ସରକାର ଜନ ସଂଖ୍ୟା ନିୟନ୍ତ୍ରଣ ମୁଦ୍ଦା ଉଠାଇବା ପରେ ଏବେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ମଧ୍ୟରେ ଶୁକ୍ରବାର ଦିନ ତିନି ବିଜେପି ଲୋକସଭା ସଦସ୍ୟ ଏବଂ ଜେଡି (ୟୁ) ର ଜଣେ ସାସଂଦ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ପ୍ରାଇଭେଟ୍ ବିଲ୍ ଆଣିବାକୁ ଯାଉଛନ୍ତି । ତେବେ ଏହି ୪ ସାସଂଦଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ଗୋରଖପୁରରୁ ଭାରତୀୟ ଜନତା ପାର୍ଟିର ଲୋକସଭା ସଦସ୍ୟ ଥିବା ରବି କିଶନ ଅଛନ୍ତି। 

ଏବଂ ୟୁପିରେ ଗତ କିଛି ଦିନ ତଳେ ଜନସଂଖ୍ୟା ନିୟନ୍ତ୍ରଣ ଡ୍ରାଫ୍ଟ ଆସିଥିଲା।  ତେବେ ସବୁଠାରୁ କୌତୁହଳ କଥାଟି ହେଉଛି ନିଜେ ରବି କିଶନ ହେଉଛନ୍ତି ଚାରି ସନ୍ତାନର ପିତା । ତାଙ୍କର ତିନି ଝିଅ ଏବଂ ଗୋଟିଏ ପୁଅ ଅଛି। ତେବେ ବ୍ୟକ୍ତିଗତ ସଦସ୍ୟଙ୍କ ବ୍ୟବସାୟର ଲୋକସଭାର ଅପଡେଟ୍ ତାଲିକାରେ ବିଜେପି ସାସଂଦ ରବି କିଶାନଙ୍କ ବିଲ୍ ସମ୍ବନ୍ଧରେ କୌଣସି ଅଧିକ ବିବରଣୀ ଉପଲବ୍ଧ କରାଯାଇ ନାହିଁ।

 ଏବଂ ବିହାରରେ କିଶନଙ୍କ ଦଳର ସହକର୍ମୀ ସୁଶୀଲ କୁମାର ସିଂଙ୍କ ଦ୍ବାରା ପ୍ରସ୍ତାବିତ ଏହି ବିଲ୍ ଅନୁଯାୟୀ, ଜାତୀୟ ସ୍ତରରେ ଏକ ଜାତୀୟ ଜନସଂଖ୍ୟା ଯୋଜନା ପ୍ରାଧିକରଣ ଏବଂ ପ୍ରତ୍ୟେକ ଜିଲ୍ଲାରେ ଏକ ଜିଲ୍ଲା ଜନସଂଖ୍ୟା ଯୋଜନା କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଯାହାକି ଆମ ଦେଶର ଉତ୍ସ ଏବଂ ବିକାଶ ସହିତ ଅନୁରୁପ ଅଟେ । ତେବେ ସୁଶୀଲ କୁମାର ସିଂଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛି। 

 ବିହାରର ଅନ୍ୟ ଜଣେ ଜେଡିୟୁ ସାଂସଦ ଡ ଆଲୋକ କୁମାର ସୁମନଙ୍କର ମଧ୍ୟ ଦୁଇ ପୁଅ ଅଛନ୍ତି, ସେ ମଧ୍ୟ ଏକ ପ୍ରାଇଭେଟ୍ ବିଲ୍ ଆଣିବାକୁ ଯାଉଛନ୍ତି । ସେ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ, ,ଦୀର୍ଘ ସମୟ ପର୍ଯ୍ୟନ୍ତ ଜାତୀୟ ପ୍ରଗତି ଉପରେ ଜନସଂଖ୍ୟା ଗତିର ପ୍ରଭାବ ଉପରେ ଧ୍ୟାନ କେନ୍ଦ୍ରିତ କରିଛି ।  ”

 ସୁମନଙ୍କ ବିଲରେ “ଯୋଗ୍ୟ ଦମ୍ପତିଙ୍କ ପାଇଁ ଦୁଇଟି ପିଲା ଯାହାକି, ଛୋଟ ପରିବାରର ଆଦର୍ଶକୁ ପ୍ରୋତ୍ସାହିତ କରିବା ପ୍ରୟାସକୁ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି ବୋଲି ବିଲ୍ ରେ ଉଲ୍ଲେଖ କରାଯାଇଛି।

 ଲୋକସଭା ସଦସ୍ୟଙ୍କ ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଯେ 540 ସାଂସଦଙ୍କ ମଧ୍ୟରୁ 168 ଜଣଙ୍କର ଦୁଇଟିରୁ ଅଧିକ ସନ୍ତାନ ଅଛନ୍ତି। ସେମାନଙ୍କ ମଧ୍ୟରୁ 105 ଜଣ ହେଉଛନ୍ତି ଶାସକ ବିଜେପି ଦଳର ।  ଏବଂ 66 ବିଜେପି ସାଂସଦଙ୍କର ତିନୋଟି ସନ୍ତାନ ଅଛନ୍ତି, 26 ଜଣଙ୍କର ଚାରି ଏବଂ 13 ଜଣଙ୍କର ପାଞ୍ଚ ଲେଖାଏଁ ସନ୍ତାନ ଅଛନ୍ତି।

  ତିନିଜଣ ସାଂସଦ – AIUDF ର ମୌଲାନା ବଦ୍ରୁଦ୍ଦିନ ଅଜମଲ, ଜେଡିୟୁ ର ଦିଲଶ୍ୱର କାମାଇଟ୍, ଅପନା ଦଳର ପାକୁରୀ ଲାଲ – ପ୍ରତ୍ୟେକଙ୍କର ସାତୋଟି ଲେଖାଏଁ ସନ୍ତାନ ଅଛନ୍ତି।  କଂଗ୍ରେସର ମହମ୍ମଦ ସାଦିକ୍ ଏବଂ ଆଇୟୁଏମ୍ଏଲ୍ ର ପି ଅବଦୁସାମାଦ୍ ସମାଦାନୀଙ୍କ ପ୍ରତ୍ୟେକଙ୍କର ୬ ଟି ସନ୍ତାନ ଅଛନ୍ତି।

 PRS ଲେଜିସଲେଟିଭ୍ ଅନୁଯାୟୀ, 1970 ପରଠାରୁ ସଂସଦ ଦ୍ଵାରା କୌଣସି ପ୍ରାଇଭେଟ୍ ବିଲ୍ ପାରିତ ହୋଇ ନାହିଁ। ମୋଟ 14 ଟି ବିଲ୍ ଆଜି ପର୍ଯ୍ୟନ୍ତ ସଂସଦର ଅନୁମୋଦନ ଗ୍ରହଣ କରିଛି।

Related Posts