ଲୋକସଭା ଆସନ 1000 କରାଯାଉ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

(ସତ୍ୟପାଠ ବ୍ୟୁରୋ) ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟଙ୍କ ସଂଖ୍ୟା ବଢ଼ାଯାଉ । ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦେଖି କେନ୍ଦ୍ର ସରକାରଙ୍କୁ ଏହା ଉପରେ ଚିନ୍ତା କରିବାକର ଆବଶ୍ୟକତା ଅଛି ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ସୋମବାର ଏକ କାର୍ଯ୍ୟକ୍ରମରେ ଲୋକସଭା ଆସନର ସଂଖ୍ୟା ୫୪୩କୁ ବଢ଼ାଇ ୧ ହଜାର କରିଦେବା ଆବଶ୍ୟକ ବୋଲି କହିଛନ୍ତ । କେବଳ ଲୋକସଭା ନୁହେଁ ବରଂ ରାଜ୍ୟସଭାର ସଦସ୍ୟଙ୍କ ସଂଖ୍ୟା ମଧ୍ୟ ବଢାଇବା ଆବଶ୍ୟକ ।

ପ୍ରଣବ ଦାଦାଙ୍କ କହିବା କଥା ଯେ, ଶେଷ ଥର ପାଇଁ ୧୯୭୭ ମସିହାରେ ଲୋକସଭାର ସଦସ୍ୟଙ୍କ ସଂଖ୍ୟା ପରିବର୍ତ୍ତନ କରାଯାଇଥିଲା । ୧୯୭୧ ମସିହାର ଜନଗଣନା ଅନୁସାରେ ଲୋକସଭା କ୍ଷେତ୍ରର ନିର୍ଦ୍ଧାରଣ ହୋଇଥିଲା । ଯେହେତୁ ଦେଶର ଜନସଂଖ୍ୟା ସେହି ସମୟରେ ୫୫ କୋଟି ଥିଲା ତେଣୁ ୫୪୩ ଜଣ ଲୋକସଭା ସଦସ୍ୟ ରହିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ସେହି ତୁଳନାରେ ବର୍ତ୍ତମାନ ଜନସଂଖ୍ୟା ୧୧୦ କୋଟିରୁ ଅଧିକ ଥିବାରୁ ଲୋକସଭା କ୍ଷେତ୍ରର ପୁନର୍ଗଠନ ହେବା ଆବଶ୍ୟକ । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ନେଇ ଅସହମତି ପ୍ରକାଶ କରିଥିବା ବେଳେ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏଭଳି କରାଯାଇପାରେ । କିନ୍ତୁ ଏହାଦ୍ବାରା ସରକାରଙ୍କ ଉପରେ ଲୋକ ପ୍ରତିନିଧି ଭରସା ଉଠିଯାଇପାରେ ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ।

Related Posts