କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଦେଶରେ ଏବେ ଲଗାତାର ଭାବେ କଂଗ୍ରେସ ତଳକୁ ତଳ ଖସିବାରେ ଲାଗିଛି | ପରାଜୟର ସାମ୍ନା କରୁଛି | ପ୍ରଥମେ ଲୋକସଭା ଓ ନିକଟରେ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ କରିଛି କଂଗ୍ରେସ | ତେବେ ଏବେ ଅଂଟା ସଳଖି ଛିଡା ହେଵା ପାଇଁ ଆରମ୍ଭ କରିଛି ପ୍ରସ୍ତୁତି | ଏବେ ଆକ୍ସନ ମୋଡକୁ ଆସିବାକୁ ପ୍ରସ୍ତୁତି ଆରମ୍ଭ କରୁଛି କଂଗ୍ରେସ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏକ ପ୍ରେଜେଣ୍ଟେସନ୍ ରଖିଛନ୍ତି । କଂଗ୍ରେସ ଯେପରି ପୁଣିଥରେ ଆଗଧାଡିରେ ଛିଡା ହୋଇପାରିବ ସେଥିପାଇଁ ସେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଏହା ସହ କଂଗ୍ରେସର ନେତୃତ୍ୱକୁ ନେଇ ମଧ୍ୟ ନିଜ ମତ ରଖିଛନ୍ତି ପ୍ରଶାନ୍ତ କିଶୋର ।

୨୦୧୪ ଲୋକସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସର ପ୍ରଦର୍ଶନରେ ଲଗାତାର କ୍ଷତି ଦେଖିବାକୁ ମିଳୁଛି । ହେଲେ ଏହି ପରାଜୟରୁ ଉଠି ବିଜୟ ଆଡକୁ ଯିବାକୁ କଂଗ୍ରେସ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ପ୍ରଶାନ୍ତ କିଶୋର । କୁହାଯାଉଛି ଯେ, ପ୍ରଶାନ୍ତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ବରିଷ୍ଠ ନେତାଙ୍କ ସହ ମିଶି ବୈଠକ କରିଛନ୍ତି । ଆଗକୁ ହେବାକୁ ଥିବା ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ଆଖି ଦୃଷ୍ଟିଆ କରିବାକୁ ସେ ଏକ ପ୍ରେଜେଣ୍ଟେସନ୍ ଦେଇଛନ୍ତି । ତାଙ୍କର ଏହି ପୁରା ପ୍ଲାନକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ନିଜ ପ୍ରେଜେଣ୍ଟେସନରେ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ କୋଟେସନରୁ ଆରମ୍ଭ କରିଥିଲେ ପ୍ରଶାନ୍ତ । କହିଥିଲେ ‘କଂଗ୍ରେସକୁ କେବେ ମାରିଦେବାକୁ ଦିଆଯିବ ନାହିଁ । ଏହି ଦଳ କେବଳ ରାଷ୍ଟ୍ର ସହ ଓ ରାଷ୍ଟ୍ର ପାଇଁ ମରିବ’ ।ଏହାପରେ ଦେଶର ଜନସଂଖ୍ୟା, ଭୋଟର, ବିଧାନସଭା ସିଟ୍, ଲୋକସଭା ସିଟର ଏକ ବିସ୍ତୃତ ଆକଳନ ଉପସ୍ଥାପନ କରିଥିଲେ । କେବଳ ଏତିକି ନୁହେଁ ମହିଳା, ଯୁବକ, କୃଷକ, ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସଂଖ୍ୟାର ଆକଳନ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହି ପ୍ଲାନରେ ସେ ୨୦୨୪ରେ ଭୋଟ ଦେବାକୁ ଥିବା ୧୩ କୋଟି ନୂଆଁ ଭୋଟରଙ୍କୁ ଫୋକସ୍ କରିଛନ୍ତି ।

ପ୍ରଶାନ୍ତ କହିଛନ୍ତି ଯେ, କଂଗ୍ରେସକୁ ମଜବୁତ୍ କରିବାକୁ ୫ଟି ମୁଖ୍ୟ ରଣନୈତିକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ।

ଦଳରେ ଥିବା ନେତୃତ୍ୱ ସମସ୍ୟାକୁ ସମାଧାନ କରିବା
ସହଯୋଗୀ ଦଳ ମାନଙ୍କ ସହ ଥିବା ମତାନ୍ତରକୁ ଦୂରେଇବା
ପାର୍ଟିର ଆଦ୍ୟ ସିଦ୍ଧାନ୍ତକୁ ଗୁରୁତ୍ୱ ଦେବା
ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତୃଣମୂଳ ସ୍ତରରେ କର୍ମୀ ଓ ନେତାଙ୍କର ଦୃଢ ଦଳ ଗଠନ କରିବା
କଂଗ୍ରେସର ଯୋଗାଯୋଗ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରିବା

ସୂଚନାଯୋଗ୍ୟ, ନିକଟରେ ପ୍ରଶାନ୍ତ କିଶୋର କଂଗ୍ରେସ ର ସୁପ୍ରିମୋ ଙ୍କୁ ଭେଟି ଆଲୋଚନା କରୁଥିବା ସୂଚନା ମିଳିଛି | ଲଗାତାର ଭାବେ ୪ ଥର ସେ ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ସୂଚନା ମିଳିଛି | ସେପଟେ କଂଗ୍ରେସ ପ୍ରଶାନ୍ତ କିଶୋରକୁ ଏକ ବଡ ଦାଇତ୍ୱ ଦେବା ନେଇ ଯୋଜନା କରୁଥିବା ଚର୍ଚ୍ଚା ଜୋର ଧରିଛି |

Related Posts