ପ୍ରଶାନ୍ତ କିଶୋରଙ୍କ ମାଷ୍ଟରଷ୍ଟ୍ରୋକ – ମୋଦି ଜି କୋଭିଡ଼ ଅନାଥ ପିଲାଙ୍କୁ ସହାୟତା ଏବେ ଦରକାର ୧୮ ବର୍ଷ ପରେ ନୁହଁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଘୋଷଣା କରିଛନ୍ତି ଯେ ଯେଉଁ ପିଲାମାନଙ୍କର ପିତାମାତା କିମ୍ବା ଅଭିଭାବକମାନେ କରୋନାରେ ପ୍ରାଣ ହରାଇଛନ୍ତି, ସେମାନଙ୍କୁ ପିଏମ କେୟାର୍ସ ଫର ଚିଲଡ୍ରେନ ଫଣ୍ଡ ଅଧୀନରେ ସହାୟତା ଦିଆଯିବ। ତେବେ ଅନାଥ ପିଲାଙ୍କ ପାଇଁ ହୋଇଥିବା ଏହି ଘୋଷଣାକୁ ନେଇ ମୋଦୀ ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର। ୧୮ ବର୍ଷ ବୟସ ହେବା ପରେ ମାସିକ ଷ୍ଟାଇପେଣ୍ଡ ଏବଂ ୨୩ ବର୍ଷ ହେବା ପରେ ୧୦ ଲକ୍ଷ ଟଙ୍କା ଘୋଷଣାକୁ ସମାଲୋଚନା କରି କିଶୋର କହିଛନ୍ତି ଯେ ସେମାନଙ୍କୁ ୧୮ କିମ୍ବା ୨୩ ବର୍ଷ ବୟସରେ ନୁହେଁ ବରଂ ବର୍ତ୍ତମାନ ସହାୟତାର ଆବଶ୍ୟକତା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବା ନେଇ ସମ୍ବିଧାନରେ ପୂର୍ବରୁ ଉଲ୍ଲେଖ ରହିଛି। ରାଇଟ୍ ଟୁ ଏଜୁକେସନ୍ ଆଧାରରେ ଏହା ସେମାନଙ୍କର ଅଧିକାର ଅଟେ। ମୋଦୀ ସରକାରଙ୍କ ଏହି ଘୋଷଣାକୁ କରୋନା କାଳରେ ସମବେଦନା ହାସଲ କରିବା ପାଇଁ ଏହା ସରକାରଙ୍କ ଏକ ମାଷ୍ଟର ଷ୍ଟ୍ରୋକ୍ ବୋଲି କହିଛନ୍ତି। ଦ୍ବିତୀୟ ଲହରରେ ଅମ୍ଳଜାନ ଏବଂ ବେଡ୍ ର ଅଭାବରେ କିପରି ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ସେ କଥା ମଧ୍ୟ ମନେପକାଇ ଦେଇଛନ୍ତି।

ସେ ଟୁଇଟ୍ କରି କହିଛନ୍ତି ଯେ ,” ଆୟୁଷ୍ମାନ ଭାରତରେ ନାଁ ଲେଖାଇଥିବା ପ୍ରଧାନମନ୍ତ୍ରୀଙ୍କ ଅଧିକାରୀଙ୍କୁ ଧନ୍ୟବାଦ, ଯାହା ୫୦ କୋଟି ଭାରତୀୟଙ୍କ ସ୍ୱାସ୍ଥ୍ୟସେବା କଥା ବୁଝେ କିନ୍ତୁ ଆବଶ୍ୟକ ସମୟରେ କେବଳ ବେଡ୍ ଆଉ ଅକ୍ସିଜେନର ଅଭାବ ପଡିଥାଏ। ସରକାରଙ୍କ ସୂଚନା ମୁତାବକ , ଏପ୍ରିଲ 1 ରୁ ମେ 25 ମଧ୍ୟରେ କରୋନା ଯୋଗୁଁ ପିତାମାତାଙ୍କୁ ହରାଇଥିବା ପିଲା ମାନଙ୍କ ସଂଖ୍ୟା ସମଗ୍ର ଭାରତରେ 577 । ମେ 21 ରେ, କୋଭିଡ -19 ଦ୍ୱାରା ପ୍ରଭାବିତ ଅସୁରକ୍ଷିତ ଗୋଷ୍ଠୀ ଯେପରିକି ଅନାଥ ଛୁଆ, ବରିଷ୍ଠ ନାଗରିକ ତଥା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଲୋକ ମାନେ ଯେଉଁ ମାନେ ସରକାରୀ ସହାୟତା ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆଡଭାଇଜାରୀ ଜାରି କରି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ସେମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଶୁକ୍ରବାର ଦିନ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ମହାମାରୀ କାରଣରୁ ଅନାଥ ହୋଇଯାଇଥିବା ସମସ୍ତ ପିଲାଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାକୁ କହିଥିଲେ।

Related Posts