ରାଜ୍ୟରେ ଜୁନ ୧୭ ପର୍ଯ୍ୟନ୍ତ ବଢିଲା ଲକଡାଉନ


(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା ଲକଲକଡାଉନ । ଦିନକୁ ଦିନ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ତେବେ ଜୁନ ୧ ତାରିଖ ସକାଳ ୫ ଟାରୁ ଜୁନ ୧୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ଲକଡ଼ାଉନ ଜାରି ରହିବ । ପୂର୍ବ ପରି ସ୍ୱାସ୍ଥ୍ୟ ସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା ରହିବ ନାହିଁ । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ଏହା ସହ ସପ୍ତାହନ୍ତ ସଟଡ଼ାଉନ ପୂର୍ବପରି ଜାରି ରହିବ ବୋଲି ସୂଚନା ମିଳିଛି । ଏତତ୍ ବ୍ୟତୀତ ରାଜ୍ୟର ୩ଟି ଜିଲ୍ଲା ଯଥାକ୍ରମେ ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୯୫୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫୬୬୮୪ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୩୪୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୧୯୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହା ସହ ଗତ ୨୪ ଘଣ୍ଟାରେ ୩୩ ଜଣ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଛି । ତେବେ ବାତ୍ୟା ୟାସ୍ ପାଇଁ ରାଜ୍ୟରେ କ ରୋ ନା ଟେଷ୍ଟ କମ୍ ହୋଇଯାଇଥିଲା କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ କ ରୋ ନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲା । ଅନୁପ ଟେ ମେ ୨୨ ତାରିଖ ରେ ରାଜ୍ୟରେ ସର୍ବାଧିକ ୧୨,୮୫୨ ଜଣ କ ରୋ ନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Related Posts