ବରଗଡ: ପଦ୍ମପୁରରେ ଦେଖିବାକୁ ମିଳିଛି ପ୍ରାକ ନିର୍ବାଚନୀ ହିଂସା । ଭୋଟ ନପଡିବା ପୂର୍ବରୁ ରାଜନୈତିକ ହିଂସାକାଣ୍ଡ ଘଟିଛି । ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ବେଳେ ଜଣେ ବିଜେପି ମହିଳା କର୍ମୀଙ୍କୁ ଗୁରୁତର ଆକ୍ରମଣ ଅଭିଯୋଗ ହୋଇଛି । ଏନେଇ ପାଇକମାଳ ଥାନାରେ ବ୍ରହ୍ମପୁର ବିଧାୟକ ଓ ବିଜେଡି କର୍ମୀଙ୍କ ନାମରେ ଏତଲା ଦିଆଯାଇଛି ।
ସୂଚନା ଅନୁସାରେ ଆସନ୍ତା 3 ତାରିଖରେ ପ୍ରଚାର ଶେଷ ହେବାକୁ ଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜନୈତକ ଦଳ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଏହାରି ଭିତରେ ପ୍ରଥମ ଥର ପାଇଁ ଦୁଇ ଦଳର ମହିଳା କର୍ମୀଙ୍କ ମଧ୍ୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।
ଗତକାଲି(ବୁଧବାର) ସନ୍ଧ୍ୟାରେ ପାଇକମାଳ ଠାରେ ଥିବା ବଢେଇ ପଡାକୁ ବିଜେପିର ନେତ୍ରୀମାନେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ । ତେବେ ପ୍ରଚାର ଚାଲିଥିବା ବେଳେ ବିଜେପି ନେତ୍ରୀ ନିରୁପମା ଦାସଙ୍କୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଇଙ୍ଗିତରେ ବିଜେଡି ନେତ୍ରୀମାନେ ଆକ୍ରମଣ କରିବା ସହିତ ତାଙ୍କ ସୁନା ଚେନ ଲୁଟ କରିଦେଇଥିବା ଅଭିଯୋଗ ହୋଇଛି ।
ଏନେଇ ପାଇକମାଳ ଥାନାରେ ଏନେଇ ବିଜେପି ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା । ଆକ୍ରମଣର ଶିକାର ହୋଇଥିବା ନିରୁପମା ଦାସଙ୍କୁ ପାଇକମାଳ ହସ୍ପିଟାଲକୁ ଚିକିତ୍ସା ପାଇଁ ନେବା ପରେ ସେଠାରୁ ପଦ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ପଦ୍ମପୁର ଅଞ୍ଚଳବାସୀ ପୂର୍ବରୁ କେବେ ଉପନିର୍ବାଚନ ଦେଖିନଥିବା ବେଳେ ନିର୍ବାଚନ ସମୟରେ ମହିଳା ନେତ୍ରୀମାନଙ୍କ ମଧ୍ୟରେ ମଧ୍ୟରେ ହିଂସା ଦେଖିନଥିଲେ । ମତଦାନ ପାଇଁ ଆଉ 3 ଦିନ ବାକି ଥିବା ବେଳେ ନିର୍ବାଚନୀ ହିଂସାକୁ ନେଇ ଚିନ୍ତାରେ ପଦ୍ମପୁରବାସୀ
