ରଥଯାତ୍ରା ପ୍ରସ୍ତୁତି: ଲାଗିବ 501 ଟି ସିସିଟିଭି କ୍ୟାମେରା

ପୁରୀ: ଆଗକୁ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ଏବେ ଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ନେଇ ଯୋଜନା ପ୍ରସ୍ତୁତ ହେଲାଣି । ଗତ ଦୁଇ ବର୍ଷ ହେଲାଣି ଭକ୍ତଙ୍କ ବିନା ଗାଡ଼ିଛି ମହାପ୍ରଭୁ ଜଗନ୍ନାଥଙ୍କ ରଥ । କିନ୍ତୁ ଚଳିତ ବର୍ଷ ଭକ୍ତ ଙ୍କ ଗହଣରେ ରଥ ଗଡିବକୁ ଯୋଜନା ଥିବା ବେଳେ ସେପଟେ ପୁରୀ ଜିଲ୍ଲା ପ୍ରଶାସନ ଏବେଠୁ ସୁରକ୍ଷା ବ୍ୟବସ୍ଥା କୁ ନେଇ ଯୋଜନା ପ୍ରସ୍ତୁତ ଆରମ୍ଭ କରିଛି । ରଥଯାତ୍ରାରେ ପୁରୀ ସହରରେ ମୋଟ 501 ଟି ସିସିଟିଭି(CCTV) କ୍ୟାମେରା ଲାଗିବ । ଏ ନେଇ ଟେଣ୍ଡର ହୋଇଛି ।

ଟେଣ୍ଡର ଦିଆଯିବା ପରେ ସବୁ କାର୍ଯ୍ୟ ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ପୁରୀରେ ଲାଗିବ 501ଟି ସିସିଟିଭିପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରର ଭିତରେ ଓ ବାହାରେ, ଶ୍ରୀଗୁଣ୍ଡିଚା ମନ୍ଦିର, ପୁରୀ ସହରର ବିଭିନ୍ନ ଅଞ୍ଚଳରେ ଏହି ସିସିଟିଭି କ୍ୟାମେରା ଲାଗିବ । ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିରର ଭିତରେ ଓ ବାହାରେ 336 ଟି ସିସିଟିଭି କ୍ୟାମେରା ଲାଗିବ । ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ପାଇଁ ଶ୍ରୀମନ୍ଦିର ସବୁ ଗୁରୁତ୍ତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି ଲାଗିବ । ଫଳରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ନଜର ରଖି ହେବ । ସେହିପରି ପୁରୀ ସହରର ପ୍ରବେଶ ପଥ ତଥା ଜାତୀୟ ରାଜପଥ, ମାଳତୀ ପାଟପୁର ବସଷ୍ଟାଣ୍ଡ, ବଡ଼ ଦାଣ୍ଡ, ବିଭିନ୍ନ ଛକ ଜାଗା, ସମୁଦ୍ର କୂଳ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ 165ଟି ସିସିଟିଭି ଲାଗିବ ।ଆଗକୁ ରଥଯାତ୍ରା ଥିବା କୌଣସି ଅଘଟଣ ଯେଭଳି ନ ହୁଏ ସେଥିପାଇଁ ରଥଯାତ୍ରା ପୂର୍ବରୁ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ଏଥିଲାଗି ଏହି 501ଟି ସିସିଟିଭି କ୍ୟାମେରା ଲାଗିବ । ଏ ନେଇ ଟେଣ୍ଡର ହୋଇଛି । ଟେଣ୍ଡର ଦିଆଯିବା ପରେ ସବୁ କାର୍ଯ୍ୟ ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଏ ନେଇ ଏକ ସମୀକ୍ଷା ବୈଠକ ମଧ୍ୟ ଜିଲ୍ଲାପାଳ କରିସାରିଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts