ସୁରକ୍ଷାବାହିନୀ ଗୁଳିରେ 3 ଆତଙ୍କୀ ସଫା

ଶ୍ରୀନଗର: ସୁରକ୍ଷାବାହିନୀ ଗୁଳିରେ ଟଳି ପଡିଲେ 3 ଆତଙ୍କୀ । ଜମ୍ମୁ ଏବଂ କାଶ୍ମୀରର ବାନ୍ଦିପୋରା ଅଞ୍ଚଳରେ ଥିବା ଆରଗାମରେ ସେନା ଓ ଆତଂକବାଦୀ ମୂହମୁହି ହୋଇଥିଲେ ଫଳରେ ଏଥିରେ ସୁରକ୍ଷାବାହିନୀ କୁ ସଫଳତା ମିଳିଛି । ଫଳରେ ସୁରକ୍ଷାବାହିନୀ ଗୁଳିରେ 3 ଆତଙ୍କୀ ନିପାତ ହୋଇଛନ୍ତି । ଏଥିସହ ସମ୍ପୃକ୍ତ ଅଞ୍ଚଳରେ ଏବେ ବି ଅପରେସନ ଜାରି ରହିଛି ।

ତେବେ କାଶ୍ମୀର ପଣ୍ଡିତ ରାହୁଲଙ୍କ ହତ୍ୟାକାରୀଙ୍କୁ 24 ଘଣ୍ଟା ମଧ୍ୟରେ ନିପାତ କଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା । ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ରାହୁଲଙ୍କ ହତ୍ୟାରେ ସାମିଲ ଥିଲେ ।

ସୂଚନା ଅନୁସାରେ ଏହି ଅଞ୍ଚଳରେ ଆତଙ୍କ ଲୁଚି ରହିଥିବା ପୋଲିସକୁ ଖବର ମିଳିବା ପରେ ସେନା ଓ ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଉଭୟ ସୁରକ୍ଷାବାହିନୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ସେନା ଗୁଳିରେ 3 ଆତଙ୍କବାଦୀଙ୍କ ନିପାତ ହୋଇଥିବା ଜମ୍ମୁ ଏବଂ କାଶ୍ମୀର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Related Posts