‘ଗାନ୍ଧିଜୀଙ୍କ ସହ ଜଡିତ ସମସ୍ତ ଜିନିଷକୁ ଧ୍ୱଂସ କରିବାକୁ ଚାଲିଛି ପ୍ରସ୍ତୁତି’: ସାବରବତୀ ଆଶ୍ରମ ଭାଙ୍ଗିବା ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ସ୍ମୃତି ଧାରଣ କରିଥିବା ସାବରବତୀ ଆଶ୍ରମର ପୁନଃ ନିର୍ମାଣ କରିବାକୁ ଯାଉଛନ୍ତି ଗୁଜରାଟ ସରକାର। କଂଗ୍ରେସ ଗୁଜରାଟ ସରକାରଙ୍କର ଏହି ନିଷ୍ପତ୍ତିକୁ ଦୃଢ ବିରୋଧ କରିଛି।  ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍। ଗେହଲଟ ଟ୍ବିଟ୍ କରି କହିଛନ୍ତି ଯେ ସାବରମତି ଆଶ୍ରମ ଭାଙ୍ଗିବା ନିଷ୍ପତ୍ତି ଦୁର୍ଭାଗ୍ଯଜନକ। ଗୁଜୁରାଟ ସରକାରଙ୍କ ଏହି ନିଷ୍ପତ୍ତି ଏକ ରାଜନୈତିକ ନିଷ୍ପତ୍ତି ପରି ମନେ ହେଉଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ଉଚିତ ବୋଲି ଗେହେଲଟ କହିଛନ୍ତି। ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଘୋର ଅପମାନ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି, ‘ଗୁଜୁରାଟ ସରକାର ସାବରମତି ଆଶ୍ରମକୁ ଭାଙ୍ଗିବା ଏବଂ ସଂଗ୍ରହାଳୟ ନିର୍ମାଣ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ।’

ବିଶ୍ୱ ସ୍ତରୀୟ କୋଠା କେହି ବି ଚାହାଁନ୍ତି ନାହିଁ :-

 ଗେହଲୋଟ୍ କହିଛନ୍ତି, ମହାତ୍ମା ଗାନ୍ଧୀ କିପରି ସରଳ ଜୀବନ ଯାପନ କରିଥିଲେ ତାହା ଦେଖିବାକୁ ଲୋକମାନେ ଏଠାକୁ ଆସନ୍ତି। ସେ ସମାଜର ପ୍ରତ୍ୟେକ ବର୍ଗକୁ ସ୍ୱାଧୀନତା ଆନ୍ଦୋଳନ ସହିତ ଯୋଡିବା ପାଇଁ କିପରି କାର୍ଯ୍ୟ କରି ଥିଲେ ତାହାର ଅନୁଭବ ନେବାକୁ ଲୋକେ ଏଠାକୁ ଆସିଥାନ୍ତି।  ସେ ତାଙ୍କ ଜୀବନର ୧୩ ମୂଲ୍ୟବାନ ବର୍ଷ ସେହି ଆଶ୍ରମରେ ଅତିବାହିତ କରିଥିଲେ । ସାବରମତି ଆଶ୍ରମ ଏହାର ସମନ୍ୱୟ ଏବଂ ଗାନ୍ଧୀଙ୍କ ଚିନ୍ତାଧାରା ପାଇଁ ଜଣାଶୁଣା । ଦେଶ ବିଦେଶରୁ ଆସୁଥିବା ଲୋକମାନେ ଏଠାକୁ ବଡ ବଡ କୋଠା ଦେଖିବାକୁ ଆସନ୍ତି ନାହିଁ।ଏଠାକୁ ଆସୁଥିବା ଲୋକମାନେ ମହାତ୍ମାଗାନ୍ଧୀଙ୍କ ସରଳତା ଏବଂ ଆଦର୍ଶକୁ ଦେଖିବାକୁ ଆସନ୍ତି। ସେଥିପାଇଁ ଏହାକୁ ଏବେ ମଧ୍ୟ ଆଶ୍ରମ କୁହାଯାଏ। ଏଠାରେ କେହି ସଂଗ୍ରହାଳୟ ଦେଖିବାକୁ ଚାହାଁନ୍ତି ନାହିଁ ।

 ‘ଗାନ୍ଧିଜୀଙ୍କ ସହ ଜଡିତ ସମସ୍ତ ଜିନିଷକୁ ଧ୍ୱଂସ କରିବାକୁ ବିଜେପି ଚାହୁଁଛି’

 ଅଶୋକ ଗେହଲୋଟ୍ କହିଛନ୍ତି ଯେ ସାବରମତି ଆଶ୍ରମର ପବିତ୍ରତା ନଷ୍ଟ କରିବା ବାପୁଙ୍କ ପ୍ରତି ଅପମାନ ହେବ ।  କେବଳ ଏତିକି ନୁହେଁ, ସେ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଏହି ନିଷ୍ପତ୍ତି ରାଜନୈତିକ ଉଦ୍ଦେଶ୍ୟମୂଳକ ।  ବିଜେପି ସରକାର ବୋଧହୁଏ ଗାନ୍ଧିଜୀଙ୍କ ସହ ଜଡିତ ସମସ୍ତ ଜିନିଷ ନଷ୍ଟ କରିବାକୁ ଚାହୁଁଛନ୍ତି। ଏହିପରି କୌଣସି ନିଷ୍ପତ୍ତି ନେବା ଭୁଲ ହେବ ଏବଂ ଭବିଷ୍ୟତ ପିଢି଼ି ଏଥି ପାଇଁ ବିଜେପିକୁ କ୍ଷମା କରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଏହି ଐତିହାସିକ ଆଶ୍ରମ ଭାଙ୍ଗିବା ବନ୍ଦ କରିବା ଉଚିତ୍।

ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଏହାକୁ ବିରୋଧ କରିଛନ୍ତି

 ଅନେକ ଦିନ ପୂର୍ବରୁ ଦେଶର ୧୦୦ ରୁ ଅଧିକ ପ୍ରତିଷ୍ଠିତ ବ୍ୟକ୍ତି ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ସେମାନେ କହିଛନ୍ତି ଯେ ସାବରମତି ଆଶ୍ରମକୁ ଭାଙ୍ଗିବା ମହାତ୍ମା ଗାନ୍ଧୀଙ୍କ ଦ୍ୱିତୀୟ ହତ୍ୟା ଭଳି ହେବ। ଆଶ୍ରମକୁ ବିଶ୍ୱ ସ୍ତରୀୟ ସଂଗ୍ରହାଳୟରେ ପରିଣତ କରିବାକୁ ଗୁଜୁରାଟ ସରକାରଙ୍କର ଯୋଜନା ରହିଛି। ଏହି କାରଣରୁ ସେଠାରେ ରହୁଥିବା ଅନେକ ପରିବାରକୁ ବାସହରା ହେବାକୁ ପଡିବ। ଏହା ବ୍ୟତୀତ ବାପୁଙ୍କ ଯୁଗର ଉତ୍ତରାଧିକାରୀ ମଧ୍ୟ ସମାପ୍ତ ହେବ ।

Related Posts