ଗୁରୁଦିବସରେ ଦେଶର ୪୬ ଜଣ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗୁରୁଦିବସରେ ଶିକ୍ଷକଙ୍କୁ ସମ୍ମାନ । ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି । ମନୋନୀତ ଶିକ୍ଷକମାନଙ୍କୁ ଜାତୀୟ ପୁରଷ୍କାରରେ ସମ୍ମାନିତ କରିଛନ୍ତି । ଦେଶର ୪୬ ଜଣ ଶିକ୍ଷକ ପୁରଷ୍କାର ପାଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଓଡିଶାର ପୁରୀ ଜିଲ୍ଲାର ଇଶ୍ୱର ଚନ୍ଦ୍ର ନାୟକ ସମ୍ମାନିତ ହୋଇଛନ୍ତି ।

ଜଣେ ଓଡିଆ ଶିକ୍ଷକଙ୍କ ସମେତ ଦେଶର ୪୬ ଜଣ ଶିକ୍ଷକଙ୍କୁ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ଏହି ଅବସରରେ ନିଜ ପାଠପଢା ସମୟର ଅନୁଭୂତି ବଖାଣିଛନ୍ତି ରାଷ୍ଟ୍ରପତି । ତେବେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି ।

Related Posts