ସିମଲା, (ସତ୍ୟପାଠବ୍ୟୁରୋ): ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୩ ଦିନିଆ ଦିନିଆ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଥିବା ଏହି ଗସ୍ତ ସୂଚୀ ଅନୁସାରେ ରାଷ୍ଟ୍ରପତି ତାଙ୍କ ଗସ୍ତର ପ୍ରଥମ ଦିନରେ ଏମ୍ସ ବିଳାସପୁରର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ସହ ମାତା ନୈନା ଦେବୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ବିଳାସପୁର ଜିଲ୍ଲା ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲା। ରାସ୍ତା ମରାମତି କରାଯାଇଛି, ଏବଂ ବିଦ୍ୟୁତ୍ ଏବଂ ଜଳ ଯୋଗାଣ ସୁନିଶ୍ଚିତ କରାଯାଇଥିଲା। ଏହାସହିତ ସୁରକ୍ଷା ଦୃଷ୍ଟିରୁ ଆଜି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ଡ୍ରୋନ୍ ଉଡ଼ାଇବା ଏବଂ ଅସ୍ତ୍ରଶସ୍ତ୍ର ବହନ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧ ରହିଥିଲା। ଏହାପରେ ଆସନ୍ତାକାଲି ମନାଲିର ହିଡିମ୍ବା ମନ୍ଦିର ଓ ଲାହୌଲ-ସ୍ପିତି ଜିଲ୍ଲାର ରୋହତଙ୍ଗଠାରେ ଥିବା ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଟଳ ଟନେଲ ପରିଦର୍ଶନ କରିବେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ରାଜ୍ୟପାଳ କବିନ୍ଦର ଗୁପ୍ତା, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସାମିଲ ହୋଇଛନ୍ତି। ସେହିପରି ୮ ତାରିଖ ସକାଳେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।
