ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟସଭା ସାଂସଦ ଭାବେ ଆଜି ଶପଥ ନେଇଛନ୍ତି ସସ୍ମିତ୍‌ ପାତ୍ର। ଆଜି ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସସ୍ମିତ୍‌ ରାଜ୍ୟସଭାର ସଦସ୍ୟ ରୂପେ ଶପଥ ନେଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କାୟା ନାଇଡୁ ସସ୍ମିତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ରାଜ୍ୟ ସଭା ନିର୍ବାଚନ ପାଇଁ ଖାଲି ପଡ଼ିଥିବା ୩ଟି ଆସନରେ ବିଜେଡିରୁ ମାନସ ମଙ୍ଗରାଜ, ସୁଲତା ଦେଓ ଓ ସସ୍ମିତ ପାତ୍ର ନିର୍ବାଚିତ ହୋଇଥିଲେ। ପୂର୍ବରୁ ମାନସ ମଙ୍ଗରାଜ ଓ ସୁଲତା ଦେଓ ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେଇଥିବା ବେଳେ ଆଜି ସସ୍ମିତ୍‌ ଉଚ୍ଚ ସଦନର ସଦସ୍ୟ ରୂପେ ଶପଥ ନେଇଛନ୍ତି। ତେବେ ସସ୍ମିତ୍‌ ଦ୍ଵିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।