ରାଷ୍ଟ୍ରପତି ନିର୍ବାଚନ: ବିଜୟ ପରେ ଶୁଭେଚ୍ଛା ଜଣାଇବାକୁ ମୁର୍ମୁଙ୍କ ଘରକୁ ଯିବେ ସମ୍ପୂର୍ଣ୍ଣ ମୋଦି କ୍ୟାବିନେଟ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ନେଇ ଚାଲିଛି ଭୋଟ ଗଣତି। ତେବେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ଆଗରେ ଅଛନ୍ତି ଦ୍ରୌପଦୀ ମୁର୍ମୁ। ତେବେ ଏନେଇ ଏବେ ଠୁ ଆରମ୍ଭ ହୋଇଗଲାଣି ଉତ୍ସବ ର ମାହୋଲ।

ସେପଟେ ବିଜେପି ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମତଗଣନା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବାକୁ ସମ୍ପୂର୍ଣ୍ଣ ମୋଦି କ୍ୟାବିନେଟ ତାଙ୍କ ଘରେ ପହଞ୍ଚିବେ । କୁହାଯାଉଛି କି ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରୋଡ ଶୋ’ କରି ଦ୍ରୌପଦୀଙ୍କ ଘରେ ପହଞ୍ଚିବେ ।

ଶୁକ୍ରବାର ସାଧାରଣ ଜନତାଙ୍କ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଘର ଖୋଲି ଦିଆଯିବ ।

ଏହାସହ ସନ୍ଧ୍ୟା ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି ।

Related Posts