“ବିଜେପି ନବୀନଙ୍କୁ ଗ୍ରହଣ କରିବ ନାହିଁ”; ନବୀନଙ୍କୁ ଅଠାୱାଲେଙ୍କ ନିମନ୍ତ୍ରଣ ପରେ ଜୟନାରାୟଣଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଗତକାଲି ଏନଡିଏରେ ସାମିଲ ପାଇଁ ବିଜେଡିକୁ ଆହ୍ବାନ ଦେଇଥିଲେ । ଅଠାୱାଲେଙ୍କ ଆହ୍ୱାନ ପରେ ରାଜ୍ୟର ରାଜନୈତିକ ମହଲରେ ଏହି ବିଷୟକୁ ନେଇ ଚର୍ଚ୍ଚା ଜୋରଧରିଛି । ତେବେ ଏହି ପ୍ରସଙ୍ଗରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ଜୟନାରାୟଣ କହିଛନ୍ତି ଅଠାୱାଲେ ବିଜେପିର ନୁହନ୍ତି ସେ ତାଙ୍କ ସ୍ଵାର୍ଥ ପାଇଁ ଏଭଳି କହିଥିବେ।ନିଜର ବାର୍ଗେନ୍ ପାୱାର ବଢ଼ାଇବାକୁ ଅଠାୱାଲେ ଏପରି କହିଥିବେ। ବହୁତ୍ ଲୋକ ବହୁତ୍ କଥା କହିବେ। ବିଜେପି କିନ୍ତୁ ନବୀନଙ୍କୁ ଗ୍ରହଣ କରିବ ନାହିଁ। ବିଜେଡି ସହିତ କୌଣସି ବୁଝାମଣା ହେବାର ପ୍ରଶ୍ନ ଉଠୁନାହିଁ। ଅମିତ ଶାହା ସନ୍ଦେଶ ଦେଇଛନ୍ତି ରାଜ୍ୟରେ ୨୦୨୪ରେ ବିଜେପି ଏକା ଲଢିବ। ଅଠାୱାଲେଙ୍କ ସହ ଆମର ସରକାର ନାହିଁ। ଦଳର ମୁଖପାତ୍ର ଓ ଦଳକୁ ଚଳାଉଥିବା ଲୋକ ତ କିଛି କହି ନାହାନ୍ତି। ବିଜେଡି ସହ କୌଣସି ବୁଝାମଣା ହେବାର ନାହିଁ ଯଦି ହେବାର ଥାନ୍ତା ମୋତେ ବିରୋଧୀଦଳ ନେତା କରି ନଥାନ୍ତେ।

ଜୟନାରାୟଣ ଆହୁରି କହିଛନ୍ତି ଯେ, ଆଗକୁ ରାଜ୍ୟ ବିଜେପିର ବହୁତ୍ ପରିବର୍ତ୍ତନ ହେବ। ବିଜେପି ଏକା ଲଢିବ। ରାଷ୍ଟ୍ରପତି ନିର୍ବାଚନରେ ବହୁ ଦଳ ସମର୍ଥନ କରିଛନ୍ତି। ବହୁ ଦଳ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରିଥାନ୍ତି ସେହି କ୍ରମରେ ବିଜେଡି ମଧ୍ୟ ସମର୍ଥନ କରିଛି। ଏଥିରେ ନୀତିଗତ ପାର୍ଥକ୍ୟ ପରିବର୍ତ୍ତନ ହେବାର ନାହିଁବୋଲି ପ୍ରତିକ୍ରିୟା ରଖି କହିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ।

Related Posts