ରାଷ୍ଟ୍ରପତି ନିର୍ବାଚନ; ନାମାଙ୍କନପତ୍ରରେ ଦସ୍ତଖତ କଲେ ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତା କାଲି ନାମାଙ୍କନ ଭରିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ । ଏହା ମଧ୍ୟରେ ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ ନାମାଙ୍କନପତ୍ରରେ ଦସ୍ତଖତ କରିଥିବାର କଥା ସାମ୍ନାକୁ ଆସିଛି । ସେପଟେ ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଥା ହୋଇଥିଲେ । ଏବଂ ନାମାଙ୍କନପତ୍ର ଦାଖଲ ସମୟରେ ବିଜେଡିର ଦୁଇ ମନ୍ତ୍ରୀ ଉପସ୍ଥିତ ରହିବା ପାଇଁ କହିଥିଲେ ।

ଯାହାକୁ ସମର୍ଥନ ଜଣାଇ ନବୀନ ନିଜ କ୍ୟାବିନେଟର ଦୁଇ ମନ୍ତ୍ରୀଙ୍କୁ ନାମାଙ୍କନ ସମୟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରୀ ଜଗନ୍ନାଥ ସରକା ଏବଂ ମନ୍ତ୍ରୀ ଟୁକୁନି ସାହୁ ନାମାଙ୍କନ ପତ୍ରରେ ଦସ୍ତଖତ କରିଛନ୍ତି । ଏହି ଦୁଇ କ୍ୟାବିନେଟ ମନ୍ତ୍ରୀ ଆସନ୍ତା କାଲି ହେବାକୁ ଥିବା ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ ।

Related Posts