1984ରେ ଶିଖ୍‌ ବିରୋଧୀ ଦଙ୍ଗା ଘଟଣା: ସମ୍ପୃକ୍ତ ଥିବା ଅନ୍ୟ 5 ଅଭିଯୁକ୍ତ ଗିରଫ

ଉତ୍ତର ପ୍ରଦେଶ: 1984ରେ ଶିଖ୍‌ ବିରୋଧୀ ଦଙ୍ଗା ଘଟଣା ଓ ତିହରେ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତି ଅଭିଯୋଗରେ 5 ଅଭିଯୁକ୍ତ ଗିରଫ। ଏହି ଦଙ୍ଗାରେ କାନପୁରରେ 127 ଶିଖଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ 5ଅଭିଯୁକ୍ତଙ୍କୁ SIT ବୁଧବାର ଗିରଫ କରିବା ସହ ଏମାନଙ୍କୁ କୋର୍ଟରେ ହାଜିର ନେଇ ସୂଚନା ମିଳିଛି ।

ଏହି ମାମଲାରେ 21 ଜଣଙ୍କ ନାମ ଥିବାବେଳେ 11ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ଦିନ କିଦବାଇ ନଗରରେ ଏସଆଇଟି ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ହତ୍ୟାରେ ସମ୍ପୃକ୍ତ ଏହି 5ଅଭିଯୁକ୍ତଙ୍କୁ ଏସଆଇଟି କାର୍ଯ୍ୟାଳୟରେ ରଖାଯିବା ସହ ଏମାନଙ୍କୁ କୋର୍ଟରେ ହାଜର କରି ଜେଲ ପଠାଯିବା ନେଇ ସୂଚନା ମିଳିଛି । ସେମାନଙ୍କ ଉପରେ ନଜର ରଖିବା ପାଇଁ 4 ସୈନିକ ନିୟୋଜିତ ଅଛନ୍ତି । ଏସଆଇଟି ସଭାପତି, ପୂର୍ବତନ ଡିଜିପି ଅତୁଲ କୁମାର ଏହି ପ୍ରସଙ୍ଗରେ ଏକ ସମୀକ୍ଷା କରିବେ । ତେବେ ସେହି ଅନୁଯାୟୀ ,ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

Related Posts