ରାଷ୍ଟ୍ରପତି ନିର୍ବାଚନ: ଦୁଇ ରାଉଣ୍ଡ ଶେଷ, ୧୭ ଏମ୍‌ପି କରିଛନ୍ତି କ୍ରସ ଭୋଟିଂ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ନେଇ ଚାଲିଛି ଭୋଟଗଣନା । ଦୁଇଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏପର୍ଯ୍ୟନ୍ତ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପଛରେ ପକାଇଦେଇଛନ୍ତି।

ଦ୍ୱିତୀୟ ରାଉଣ୍ଡ ଗଣନାରେ ଦ୍ରୌପଦୀ ମୁର୍ମୁ ମୋଟ ୧୩୪୯ ଭୋଟ ହାତେଇଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ଏପର୍ଯ୍ୟନ୍ତ ୫୩୭ ଭୋଟ ମିଳିଛି। ଦ୍ୱିତୀୟ ରାଉଣ୍ଡରେ ମୁର୍ମୁ ୮୦୯ ଭୋଟ ଏବଂ ଯଶୱନ୍ତ ସିହ୍ନା ୩୨୯ ଭୋଟ ପାଇଛନ୍ତି। ଦ୍ୱିତୀୟ ଗଣନା ଶେଷ ହେବା ପରେ ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ହୋଇଥିବା ମନେ ହେଉଛି।

ଇତିମଧ୍ୟରେ ଭାଜପା ପକ୍ଷରୁ ଏକ ଦାବି କରାଯାଇଛି। ଭାଜପା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ରାଉଣ୍ଡରେ ମୁର୍ମୁଙ୍କୁ ୫୨୩ ଏମ୍‌ପିଙ୍କ ଭୋଟ ମିଳିବା ଅନୁମାନ କରାଯାଉଥିଲା। କିନ୍ତୁ ଏହି ରାଉଣ୍ଡରେ ମୁର୍ମୁ ୫୪୦ ଭୋଟ ପାଇଥିଲେ। ଏଭଳି ପରିସ୍ଥିତିରେ କ୍ରସ ଭୋଟିଂ ହୋଇଥିବା ଚର୍ଚ୍ଚା ହେଉଛି।

ବିରୋଧୀ ଦଳର ୧୭ଏମ୍‌ପି ଏନ୍‌ଡିଏ ସପକ୍ଷରେ ଭୋଟ ଦେଇଛନ୍ତି ବୋଲି ଭାଜପା ଦାବି କରିଛି।

ସୂଚନାଯୋଗ୍ୟ, ପ୍ରଥମ ରାଉଣ୍ଡରେ ଲୋକ ସଭା ଏବଂ ରାଜ୍ୟ ସଭା ଏମ୍‌ପିଙ୍କ ଭୋଟ ଗଣତି ହୋଇଥିଲା ।

Related Posts