ଦିଲ୍ଲୀରେ ଏକ ଘରୋଇ ସ୍କୁଲ ବସରେ ଭୟଙ୍କର ଅଗ୍ନିକାଣ୍ଡ, ବସରେ ଥିବା ସମସ୍ତ ୨୧ ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଦ୍ୱିପ୍ରହର ସମୟରେ ଦିଲ୍ଲୀର ଏକ ପବ୍ଲିକ ସ୍କୁଲ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ଉକ୍ତ ବସରେ ୨୧ ଜଣ ସ୍କୁଲ ପିଲା ଯାତ୍ରା କରୁଥିଲେ ।ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଆଜି ଏହି ବଡ଼ଧରଣର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ବାଲଭାରତୀ ପ୍ରାଇଭେଟ ସ୍କୁଲର ବସରେ ନିଆଁ ଲାଗି ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତେବେ ସମସ୍ତ ୨୧ ଜଣ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ବସରେ ନିଆଁ ଲାଗିବା ପରେ ସଙ୍ଗେସଙ୍ଗେ ଦମକଳ ବିଭାଗକୁ ଖବର ଦିଆଯାଇଥିଲା ।ଏହାପରେ ଘଟଣାସ୍ଥଳରେ ତିନିଟି ଦମକଳ ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା ।

ତେବେ ନିଆଁର ପ୍ରଭାବ ଏତେ ବେଶି ଥିଲା ଯେ ରାସ୍ତାର ଦୁଇ କଡ଼ରେ ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକରେ ମଧ୍ୟ ଏହି ନିଆଁ ଲାଗିଯାଇଥିଲା । ନିକଟରେ ଛିଡ଼ା ହୋଇଥିବା ଅନ୍ୟ ୩ଟି ଗାଡ଼ି ମଧ୍ୟ ଏହି ନିଆଁର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଦ୍ୱିପ୍ରହର ୨.୧୫ ସମୟରେ ନିଆଁ ଲାଗିଥିବା ସୂଚନା ମିଳିଛି।

Related Posts