ସେନା କ୍ୟାମ୍ପରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପୂର୍ବ ବର୍ଷ ପରି ଚଳିତବର୍ଷ ମଧ୍ୟ ସେନା କ୍ୟାମ୍ପରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦୀପାବଳି ପୂର୍ବରୁ ସେ କେଦାରନାଥ ଓ ବଦ୍ରିନାଥ ଯାଇ ଦର୍ଶନ କରିବେ । ପରେ ସେନା କ୍ୟାମ୍ପରେ ପହଞ୍ଚିବା ସହ ସେଠାରେ ଯବାନଙ୍କ ସହ ଦୀପାବଳି ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଗତ ୮ ବର୍ଷ ଧରି ପ୍ରଧାନମନ୍ତ୍ରୀ ସେନା କ୍ୟାମ୍ପରେ ଦୀପାବଳି ପାଳନ କରି ଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ସେ ସାମାନ ଧାରା ଦୋହରାଇବାକୁ ଯାଉଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଧାମ ଗସ୍ତ କରିବେ । ସେ ସେଠାରେ ଜାରି ରହିଥିବା କେଦାରନାଥ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସ୍ଥିତି ସମୀକ୍ଷା କରିବେ । କେଦାରନାଥରେ ଦର୍ଶନ ସାରିବା ପରେ ବଦ୍ରିନାଥ ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ସେଠାରେ ରାତ୍ରୀଯାପନ କରିବା ପରେ ସେ ପରଦିନ ସକାଳ ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ୨୪ ତାରିଖରେ ସେ ସେନା କ୍ୟାମ୍ପରେ ପହଞ୍ଚିବା ସହ ସେଠାରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ । ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପ୍ରତିବର୍ଷ ସେ ଯବାନମାନଙ୍କ ସହ ବିପାବଳୀ ପାଳନ କରି ଆସୁଛନ୍ତି । ଚଳିତ ଥର ମଧ୍ୟ ସେ ଅଷ୍ଟମ ଥର ପାଇଁ ସେନା କ୍ୟାମ୍ପରେ ଦୀପାବଳି ପାଳନ କରିବାକୁ ଯାଉଛନ୍ତି । ତେବେ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଚଳିତବର୍ଷର ଦଶହରା ସେନା କ୍ୟାମ୍ପରେ ଯବାନଙ୍କ ସହ ପାଳନ କରିଥିଲେ ।

Related Posts