ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହିରାବେନ୍‌ ମୋଦି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ଵର,୨୮/୧୨(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହିରାବେନ୍‌ ମୋଦି ଅସୁସ୍ଥ। ତାଙ୍କୁ ଅହମ୍ମଦାବାଦ ସ୍ଥିତ ୟୁଏନ୍ ମେହେତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ମା’ ହିରାବେନ୍‌ଙ୍କ ବୟସ ବର୍ତ୍ତମାନ ୧୦୦ ବର୍ଷରୁ ଅଧିକ। ଚଳିତ ବର୍ଷ ଜୁନ୍‌ରେ ସେ ନିଜର ୧୦୦ତମ ଜନ୍ମଦିନ ପାଳନ କରିଥିଲେ।ସେତେବେଳେ ନିଜେ ପ୍ରଧାନମନ୍ତ୍ରୀ ତାଙ୍କର ଗୋଡ ଧୋଇ ଆର୍ଶୀବାଦ ନେଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ। ତେବେ ଶେଷ ଥର ପାଇଁ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମା’ ଙ୍କୁ ଗାନ୍ଧୀନଗର ସ୍ଥିତ ଘରେ ଭେଟିଥିଲେ।

Related Posts