ହକି ବିଶ୍ଵକପରେ ଯୋଗ ଦେବାପାଇଁ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ଵର,୨୮/୧୨(ସତ୍ୟପାଠ ବ୍ୟୁରୋ): ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହକି ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ । ଏମ୍‌.କେ ଷ୍ଟାଲିନ ଓ ଜଗନ ମୋହନ ରେଡ୍ଡୀଙ୍କୁ ଆଗାମୀ ହକି ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସେହିଭଳି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଶୋକ ପଣ୍ଡା ଭେଟି ହକି ବିଶ୍ୱକପରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି।

ସୂଚନା ଅନୁଯାୟୀ, ଆଗାମୀ ବର୍ଷ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ରେ ଆୟୋଜନ କରାଯିବ । ଏନେଇ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଉତ୍ସବକୁ ନିୟନ୍ତ୍ରଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହିକ୍ରମରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ ଷ୍ଟାଲିନ୍‌ଙ୍କୁ ଚେନ୍ନାଇ ସ୍ଥିତ ବାସଭବନରେ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏହି ଅବସରରେ ତାମିଲନାଡୁର ଯୁବ ବିକାଶ ଓ ଖେଳ ମନ୍ତ୍ରୀ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିଂ ମଧ୍ୟ ଉପସ୍ଥିତ ରହିଥିଲେ । ସେହିଭଳି ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟି ହକି ବିଶ୍ୱକପକୁ ନିମନ୍ତ୍ରଣ କରିଥିଲେ।

Related Posts