ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍କୁଲ ଶିକ୍ଷକ ରାସବିହାରୀ ମାନିଆରଙ୍କ ପରଲୋକ

ଅହମ୍ମଦାବାଦ: ଆଖି ବୁଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍କୁଲ ଶିକ୍ଷକ ରାସବିହାରୀ ମାନିଆର । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ସୂଚନା ଟ୍ୱିଟରରେ ସେୟାର କରିଛନ୍ତି। ସେ ତାଙ୍କ ସ୍କୁଲ ଶିକ୍ଷକଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ଟ୍ୱିଟରରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାସବିହାରୀ ମାନିଆର ତାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ତାଙ୍କ ମୃତ୍ୟୁ ଖବର ଶୁଣି ସେ ଦୁଃଖିତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି, “ଆମ ସ୍କୁଲ ଶିକ୍ଷକ ରାସବିହାରୀ ମାନିଆରଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖ ଲାଗୁଛି | ମୋ ଜୀବନକୁ ଗଢିବାରେ ତାଙ୍କର ଅମୂଲ୍ୟ ଯୋଗଦାନ ରହିଛି | ମୁଁ ମୋ ଜୀବନର ଏହି ସମୟ ପର୍ଯ୍ୟନ୍ତ ତାଙ୍କ ସହ ଜଡିତ ଥିଲି ଓ ମୁଁ ଜୀବନସାରା ତାଙ୍କ ମାର୍ଗଦର୍ଶନ ପାଇଛି | ପ୍ରଧାନମନ୍ତ୍ରୀ ନିଜ ଶିକ୍ଷକଙ୍କ ସହ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି | ଏଥିରେ ପ୍ରଧାନମନ୍ତ୍ରୀ ତାଙ୍କର ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଛି |

ସୂଚନା ଥାଉ କି ଯେ ମୋଦୀ ମୁଖ୍ୟମନ୍ତ୍ରୀ ଥିବାବେଳେ ଅହମ୍ମଦାବାଦର ଗୁଜୁରାଟ କଲେଜ ପଡିଆରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଏବଂ ତାଙ୍କ ଶିକ୍ଷକମାନଙ୍କୁ ସମ୍ମାନିତ କରିଥିଲେ। ସେ ବିଭିନ୍ନ ସମୟରେ ତାଙ୍କ ଶିକ୍ଷକମାନଙ୍କୁ ଭେଟିବାର ସୁଯୋଗ ହାତଛଡ଼ା କରିନାହାଁନ୍ତି। ନିର୍ବାଚନ ରାଲିରେ ମଧ୍ୟ ସେ ତାଙ୍କ ଶିକ୍ଷକମାନଙ୍କ ବିଷୟରେ କହୁଥିବାର ଦେଖାଯାଏ।

Related Posts