ଓଡ଼ିଶା ପୋଲିସରେ ନିଯୁକ୍ତି ବେଳେ ଅଗ୍ନିବୀରଙ୍କୁ ଦିଆଯାଉ ଅଗ୍ରାଧିକାର: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ କେନ୍ଦ୍ର ସରକାଣଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଉଛି । ଏହା ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ କିଛି ଲୋକ ଏହି ଯୋଜନାକୁ ବୁଝିପାରିନାହାନ୍ତି । ସେମାନଙ୍କୁ ବୁଝାଇବାର ଆବଶ୍ୟକତା ରହିଛି । ଅନ୍ୟ କିଛି ବର୍ଗର ଲୋକ ଅଛନ୍ତି, ଯେଉଁମାନେ ଏହି ଯୋଜନାକୁ ବୁଝିବାକୁ ହିଁ ପ୍ରସ୍ତୁତ ନାହାନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ସେମାନଙ୍କର ଷ୍ଟାଇଲ୍ ବା ଫ୍ୟାସନ ବୋଲି କହିଛନ୍ତି ଅପରାଜିତା । ସେହିପରି ଓଡ଼ିଶା ପୋଲିସରେ ନିଯୁକ୍ତି ବେଳେ ଅଗ୍ନିବୀର ମାନଙ୍କୁ ଅଗ୍ରାଧିକାର ଦେବାକୁ ସେ ଦାବି କରିଛନ୍ତି । ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ମଧ୍ୟ ଏଦିଗରେ ନିଷ୍ପତି ନେବାକୁ ସେ ଅନୁରୋଧ କରିଛନ୍ତି । ସେପଟେ, ଭାରତୀୟ ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ଅଗ୍ନିପଥକୁ ଜୋରଦାର ବିରୋଧ ହେଉଥିବାବେଳେ ଅଗ୍ନିବୀରଙ୍କ ପାଇଁ ଏକାଧିକ ଘୋଷଣା କରିଛନ୍ତି ରାଜ୍ୟ ।

Related Posts