ବିକିନି ହେଉ କିମ୍ବା ହିଜାବ ମହିଳାମାନେ କଣ ପିନ୍ଧିବେ ସେମାନେ ସ୍ଥିର କରିବେ କହି ଟ୍ରୋଲ ହେବାରେ ଲାଗିଛନ୍ତି ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ପ୍ରସଙ୍ଗ ବର୍ତ୍ତମାନ କେବଳ କର୍ଣ୍ଣାଟକରେ ନାର୍ହି ବରଂ ଏହା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ କର୍ଣ୍ଣାଟକରେ ହିଜାବ ବନାମ ଗେରୁଆ ବସ୍ତ୍ର ମାମଲା ବୃଦ୍ଧି ପାଇବାରେ ଲାଗିଛି। କଲେଜ ଛାତ୍ରଛାତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ସମସ୍ତ ସେଲିବ୍ରେଟଙ୍କ ମତ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଥିବାର ଦେଖିବାକୁ ମିଳିଛି । ଏକ ବିଭାଗ ଏହି ଭିଡିଓକୁ ସମାଲୋଚନା କରୁଥିବାବେଳେ କିଛି ଲୋକ ୟୁନିଫର୍ମ ପାଇଁ ଦାବି କରୁଛନ୍ତି । ଏହା ମଧ୍ୟରେ ଏନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିକିନି ହେଉ, ଓଢ଼ଣା ହେଉ, ଜିନ୍ସ ହେଉ କିମ୍ବା ହିଜାବ ହେଉ, ମହିଳାମାନେ କଣ ପିନ୍ଧିବେ ତାହା ସେମାନେ ହିଁ ସ୍ଥିର କରିବେ । ଏହା ମହିଳାଙ୍କ ଅଧିକାର ଅଟେ । ଭାରତର ସମ୍ବିଧାନ ପ୍ରତ୍ୟେକ ମହିଳାଙ୍କୁ ଏହି ଅଧିକାର ଦେଇଛି । ମହିଳାମାନଙ୍କୁ ହଇରାଣ କରିବା ବନ୍ଦ କରନ୍ତୁ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ବାସ ଏହା ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ବୟାନକୁ ନେଇ କଡ଼ା ସମାଲୋଚନା କରାଯାଉଥିବାର ଦେଖିବାକୁ ମିଳିଛି ।

ପ୍ରିୟଙ୍କା ଗାନ୍ଧୀଙ୍କ ଟ୍ୱିଟର ଜବାବରେ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟ୍ କରି ଲେଖିଛନ୍ତି, ‘ଆପଣ ମ୍ୟାଡାମ୍ ୟୁନିଫର୍ମ ନାମକ କିଛି ଶୁଣିଛନ୍ତି କି? ଯଦି ଆପଣ ବିଦ୍ୟାଳୟକୁ ଯାଇଥାନ୍ତେ, ତାହାଲେ ଆପଣ ଜାଣିଥାନ୍ତ ଯେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ କୋଡ୍ ଅନୁସରଣ କରିବାକୁ ପଡ଼ିଥାଏ । ଏହା ସହିତ ମଲାଲ ୟୁସୁଫଜଇ ମଧ୍ୟ ଏହି ମାମଲାକୁ ନିନ୍ଦା କରି ଟ୍ୱିଟ୍ କରି କହିଛନ୍ତି, ‘କଲେଜ ଆମକୁ ଅଧ୍ୟୟନ ଏବଂ ହିଜାବ ମଧ୍ୟରେ ବାଛିବାକୁ ବାଧ୍ୟ କରୁଛି। ଝିଅମାନଙ୍କୁ ସେମାନଙ୍କ ହିଜାବରେ ସ୍କୁଲ ଯିବାକୁ ମନା କରିବା ଆଶ୍ଚର‌୍ୟ୍ୟଜନକ ଅଟେ । ଅଧିକ କିମ୍ବା କମ ପୋଷାକ ପିନ୍ଧିବା ମହିଳାଙ୍କ ନିଜ ପସନ୍ଦ ହେବା ଉଚିତ୍ । ଭାରତୀୟ ନେତାମାନେ ମୁସଲମାନ ମହିଳାଙ୍କ ପ୍ରତି କରୁଥିବା ଅତ୍ୟାଚାରକୁ ବନ୍ଦ କରିବା ଉଚିତ । ମାଲ୍ୟାଙ୍କ ଏହି ଟୁଇଟର ଜବାବରେ ଅଶୋକ ପଣ୍ଡିତ ଲେଖିଛନ୍ତି, ‘ଭାଗୀ ହୁଇ ବେଗମ୍ ଜୀ, କେହି ଆପଣଙ୍କ ମତାମତ ମାଗି ନାହାଁନ୍ତି ଏବଂ ସେଥିପାଇଁ ଯଦି ଆପଣ ଚୁପ୍ ରହିବେ ତେବେ ଅଧିକ ଭଲ ହେବ! ଦୁନିଆକୁ ଜଣା ଆପଣ ଭାରତର ଶତ୍ରୁମାନଙ୍କ ପକ୍ଷରେ ବାହାରିଥାନ୍ତି ।

ତେଣୁ ଆପଣ ଚୁପ ରହିବା ହିଁ ଭଲ । ସେପଟେ ଚଳଚ୍ଚିତ୍ର ନିର୍ମାତା ବିନୋଦ କପ୍ରି ଏହି ପ୍ରସଙ୍ଗରେ ଟୁଇଟ୍ କରି ଲେଖିଛନ୍ତି, ‘ଯେଉଁମାନେ କହୁଛନ୍ତି ଯେ ଡ୍ରେସ୍ କୋଡ୍ ପାଳନ କରାଯିବା ଉଚିତ୍, କର୍ଣ୍ଣାଟକର ସ୍କୁଲ ଏବଂ କଲେଜରେ ଦଶମ ପରେ ଡ୍ରେସ୍ କୋଡ୍ ବାଧ୍ୟତାମୂଳକ ନୁହେଁ। ସମସ୍ତ ଛାତ୍ରମାନେ ନିଜ ପସନ୍ଦର ପୋଷାକ ପିନ୍ଧିଛନ୍ତି – ହିଜାବକୁ ଅନ୍ତର୍ଭୁକ୍ତ କରି । ଏହି ବିବାଦ ପରେ ସରକାର ବାଧ୍ୟତାମୂଳକ ଡ୍ରେସ କୋଡ ଲାଗୁ କରିଛନ୍ତି ବୋଲି କହିଛନ୍ତି । ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀଙ୍କ ଏହି ଟ୍ୱିଟ ବେଶ ଭାଇରାଲ ହେବାରେ ଲାଗିଛି ।

Related Posts