ଦେଶର ସବୁ ରାଜ୍ୟର ରାଜଧାନୀରେ ଏକ ମହିଳା ମାର୍ଚ୍ଚର ନେତୃତ୍ୱ ନେବେ ପ୍ରିୟଙ୍କା ଗାନ୍ଧି : ପଢିବେ ‘ ମହିଳା ଘୋଷଣାପତ୍ର’

ନୂଆଦିଲ୍ଲୀ : କଂଗ୍ରେସ୍ ପକ୍ଷରୁ ଜାରି ରହିଛି ‘ଭାରତ ଯୋଡୋ’ ଯାତ୍ରା । ତେବେ ଏହି ଯାତ୍ରାକୁ ବୁଥସ୍ତର ପର୍ଯ୍ୟନ୍ତ ନେଇଯିବାକୁ ପ୍ରସ୍ତୁତି କରୁଛି କଂଗ୍ରେସ୍। ଏହାକୁ ଧ୍ୟାନରେ ରଖି ପ୍ରିୟଙ୍କା ଗାନ୍ଧି ଦେଶର ସବୁ ରାଜ୍ୟର ରାଜଧାନୀରେ ଏକ ମହିଳା ମାର୍ଚ୍ଚର ନେତୃତ୍ୱ କରିବା ସହ କଂଗ୍ରେସର ‘ ମହିଳା ଘୋଷଣାପତ୍ର’ ପଢିବେ ବୋଲି ଜଣାପଡିଛି। ଏଥିଲାଗି ପାର୍ଟି ଡିସେମ୍ବର ୧୫ରୁ ରାଜ୍ୟସ୍ତରରେ ପରେ ଜିଲ୍ଲା ଓ ବ୍ଲକ ସ୍ତରରେ ପ୍ରସ୍ତୁତି ବୈଠକ କରିବ ବୋଲି ଜଣାପଡିଛି।

ପ୍ରିୟଙ୍କା ଗାନ୍ଧିଙ୍କ ମହିଳା ରାଲି ବ୍ୟତୀତ ମାସକରେ ଭାରତ ଯୋଡୋ ଯାତ୍ରା ବୁଥ ସ୍ତରରେ ଆୟୋଜନ କରିବାକୁ ଯୋଜନା ହୋଇଛି। ଏଥିରେ ପ୍ରତି ଭାରତ ଯାତ୍ରୀଙ୍କୁ ରାହୁଲ ଗାନ୍ଧିଙ୍କ ତରଫରୁ ଏକ ହାତଲେଖା ପତ୍ର ଓ ବିଜେପି ସରକାରଙ୍କ ବିରୋଧରେ ଚାର୍ଜସିଟ୍ ବଣ୍ଟା ଯିବ। ଯାତ୍ରା ପରେ ପ୍ରତ୍ୟେକ ଜିଲ୍ଲାରେ ଏକ ବ୍ଲକ ସ୍ତରୀୟ ସମ୍ମିଳନୀର ଆୟୋଜନ ହେବ। ଯେଉଁଥିରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଓ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗ ଦେବେ।

ରାଜ୍ୟର ସବୁ ଜିଲ୍ଲାରେ ସମ୍ମିଳନୀ ଅନୁଷ୍ଠିତ ହେବା ପରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ହେବ। ଏହା ପରେ ପ୍ରତ୍ୟେକ ରାଜ୍ୟରେ ରାଲିମାନ ଅନୁଷ୍ଠିତ ହେବ। ଏହି ସବୁ ରାଲିକୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଓ ପୂର୍ବତନ ଅଧ୍ୟକ୍ଷମାନେ ସମ୍ବୋଧିତ କରିବେ। ଏଥିରେ କଂଗ୍ରେସ ହାତଯୋଡୋ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବ। ଆଗାମୀ ୨ ମାସ ମଧ୍ୟରେ୨୬ ଜାନୁୟାରୀରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପାର୍ଟି ଫେବୃଆରୀରେ ରାୟପୁରରେ ପୁ୍ର୍ଣ୍ଣ ଅଧିବେଶନ ଆହ୍ୱାନ କରିଛି। କଂଗ୍ରେସ କାର୍ଯ୍ୟକ୍ରମର ସିଧାପ୍ରସାରଣ ବିଶାଳ ସ୍କ୍ରିନରେ କରାଯିବ। ଏହାକୁ ପ୍ରତ୍ୟେକ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦେଖାଯିବ।

ୟୁପି କଂଗ୍ରେସ ପାର୍ଟି ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ଲାଗି କ୍ୟାଡର ସଂଗ୍ରହ ନିମନ୍ତେ ଭାରତ ଯୋଡା ଯାତ୍ରା ଆୟୋଜନ କରୁଛନ୍ତି। ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଜାନୁୟାରୀ ପହିଲାରେ ୟୁପିରେ ପ୍ରବେଶ କରିବ। ଏଣୁ ରାଜ୍ୟରେ କ୍ୟାଡର ସଂଗ୍ରହ ଯାତ୍ରା ରବିବାର ବାରାବାଙ୍କିରୁ ଆରମ୍ଭ ହୋଇଥିବା ବେଳେ ସୋମବାର ଲକ୍ଷ୍ନୌ ପହଞ୍ଚିବ। ଉତ୍ତରପ୍ରଦେଶ କଂଗ୍ରେସର ଜୋନାଲ ଅଧ୍ୟକ୍ଷ ନକୁଲ ଦୁବେ ରାଜ୍ୟରେ ଉତ୍ତର ପ୍ରଦେଶ କଂଗ୍ରେସ କମିଟି ଏହି ପରି ୬ଟି ରାଜ୍ୟସ୍ତରୀୟ ଯାତ୍ରା ବାହାର କରିବ ବୋଲି କହିଛନ୍ତି

Related Posts