ଭୁବନେଶ୍ୱର,୦୪/୭(ସତ୍ୟପାଠ ବ୍ୟୁରୋ): ୨୦୨୪ ନିର୍ବାଚନ ପରେ ସଂସଦରେ ନବନିର୍ବାଚିତ ସାଂସଦମାନେ ଶପଥ ନେଇଛନ୍ତି । ବାଚସ୍ପତି ଓମ ବିର୍ଲା ସମସ୍ତ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହେଲେ ଏହି ସସୟରେ କିଛି ସାଂସଦଙ୍କ ନାରାବାଜିକୁ ଦେଖି ବାଚସ୍ପତି ଓମ୍ ବିର୍ଲା ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ଏକ ନିଷ୍ପତ୍ତି। ଲୋକସଭା ଅଧିବେଶନର କିଛି ନିୟମକୁ ସେ ସଂଶୋଧନ କରିଛନ୍ତି ।
ଶପଥ ପାଠରେ କିଛି ଟିପ୍ପଣୀ ଯୋଡ଼ା ଯାଇଛି ଏବଂ କିଛି ଟିପ୍ପଣୀ ଉପରେ ରୋକ୍ ଲଗାଯାଇଛି । ସଂସଦରେ ଅଧିବେଶନ ବେଳେ କିଛି ମାମଲାରେ ନିୟମକୁ କଠୋର କରାଯାଇଛି । ଅଧ୍ୟକ୍ଷଙ୍କ ପକ୍ଷରୁ ଡାଇରେକ୍ସନର ଡାଇରେକ୍ସନ-୧ରେ ନୂଆ କ୍ଲଚ୍ ଯୋଡ଼ାଯାଇଛି, ପୂର୍ବରୁ ଏହି ନିୟମ ନଥିଲା ।
ଶପଥ ସମୟରେ କୌଣସି ପ୍ରକାର ନୂଆ ଶବ୍ଦ କିମ୍ବା ଅଭିବ୍ୟକ୍ତକୁ ସାଂସଦମାନେ ଯୋଡ଼ିବେ ନାହିଁ କି ଟିପ୍ପଣୀ ଦେବେ ନାହିଁ । ଗତ ସପ୍ତାହରେ ଶପଥ ସମୟରେ କିଛି ଲୋକସଭା ସଦସ୍ୟ ‘ଜୟ ସମ୍ବିଧାନ’ ଏବଂ ‘ଜୟ ହିନ୍ଦୁ ରାଷ୍ଟ୍ର’ ଭାଳି ନାରା ଲଗାଇ ଥିଲେ । ଏହାକୁ ଦେଖି ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଏଭଳି ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ, ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ପ୍ରଥମ ଏବଂ ଦ୍ବିତୀୟ ଦିନରେ ସାଂସଦମାନଙ୍କ ଶପଥ ସମୟରେ କିଛି ସଦସ୍ୟ ‘ଜୟ ସମ୍ବିଧାନ’ ଏବଂ ‘ଜୟ ହିନ୍ଦୁ ରାଷ୍ଟ୍ର’ ଶବ୍ଦ ବ୍ୟବହାର କରିଥିଲେ । କେବଳ ଏତିକି ନୁହେଁ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ୍ ଓଓ୍ବେସୀ ‘ଜୟ ଫିଲିସ୍ତିନୀ’ ନାରା ଲଗାଇଥିଲେ । ଯାହାକୁ ନେଇ ସାଂସଦ ମାନେ ଆପତ୍ତି ମଧ୍ୟ ଉଠାଇଥିଲେ । ସଂସଦୟୀ ମନ୍ତ୍ରୀ କିରଣ ରିଜୁଜ୍ ଅଭିଯୋଗ କରିଥିଲେ ଯେ, ଲୋକସଭା ସଦସ୍ୟ ମାନେ ଶପଥ ନେବାର ପବିତ୍ର ସମୟରେ ରାଜନୈତିକ ସନ୍ଦେଶ ପଠାଉଛନ୍ତି, ଯାହା ଗ୍ରାହଣୀୟ ନୁହେଁ । ଏହା ପରେ ବାଚସ୍ପତି ଓମ୍ ବିର୍ଲା ଡାଇରେକ୍ସନ-୧ରେ ନୂଆ କ୍ଲଚ୍ ଯୋଡ଼ିଛନ୍ତି । ଏବେ ଲୋକସଭା ଆଉ ଏଭଳି ଶବ୍ଦ ବ୍ୟବହାର କରିହେବ ନାହିଁ ।