ପୁଣି ଥରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍

ଭୁବନେଶ୍ୱର,୦୪/୭(ସତ୍ୟପାଠ ବ୍ୟୁରୋ):   ପୁଣି ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ୍ । ହେମନ୍ତ ସୋରେନ୍ ଜେଲରୁ ଫେରିବା ପରେ ଆଜି ପୁଣି ଝାଡଖଣ୍ଡର ମଙ୍ଗ ଧରିଛନ୍ତି। ତୃତୀୟ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ହେମନ୍ତ ସୋରେନ୍। ତାଙ୍କୁ ରାଜଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ।

ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ୍। ମାତ୍ର ୪ ମାସ ପୂର୍ବରୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଚମ୍ପାଇ ସୋରେନ୍ ଗତକାଲି ନିଜ ପଦରୁ ଇସ୍ତଫା ଦେଇଥିଲେ।

ସୂଚନା ଅନୁଯାୟୀ, ଆର୍ଥିକ ହେରଫେର୍‌ ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ଜାମିନରେ ଆସିଥିଲେ ହେମନ୍ତ ସୋରେନ୍ । ଆର୍ଥିକ ହେରଫେର ମାମଲାରେ ୨୦୨୪ ଜାନୁଆରୀ ୩୧ ତାରିଖରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗିରଫ ହେବା ପୂର୍ବରୁ ହିଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଚମ୍ପାଇ ସୋରେନ୍ । ଏବେ ହେମନ୍ତ ଜାମିନରେ ଆସିବା ପରେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ।

Related Posts