ଯେଭଳି ଆମ ପିଲାଙ୍କ ଜୀବନ ସରକାର ବଞ୍ଚାଇଥିଲେ ଠିକ ସେହିପରି ତାଙ୍କ କ୍ୟାରିୟରକୁ ସୁରକ୍ଷିତ କରନ୍ତୁ: ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଅଭିଭାବକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସରକାର ମିଶନ ଗଙ୍ଗା ଅପରେସନ ସାହାଯ୍ୟରେ ସ୍ୱଦେଶକୁ ଫେରାଇ ଆଣିଛନ୍ତି । ଏହା ମଧ୍ୟରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ତାଙ୍କ ଅଭିଭାବକ । ତେବେ ଆମ ପିଲାଙ୍କ ଭବିଷ୍ୟତ କଥା ସରକାର ଭାବନ୍ତୁ । ଯେଭଳି ଆମ ପିଲାଙ୍କ ଜୀବନ ସରକାର ବଞ୍ଚାଇଥିଲେ ଠିକ ସେହିପରି ତାଙ୍କ କ୍ୟାରିୟରକୁ ସୁରକ୍ଷିତ କରନ୍ତୁ । କିଛି ଏଭଳି ଦାବି ନେଇ ଏବେ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ କରୁଛନ୍ତି ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ।

ୟୁକ୍ରେନରେ ଋଷର ଆକ୍ରମଣ ଯୋଗୁଁ ଭାରତକୁ ଫେରିଆସିଥିବା ଛାତ୍ରଛାତ୍ରୀମାନଙ୍କ ପାଠପଢା କିଭଳି ପୁଣି ଆରମ୍ଭ ହୋଇପାରିବ, ସେହି ଦାବି ନେଇ ଅଭିଭାବକମାନଙ୍କ ସହ ଛାତ୍ରଛାତ୍ରୀମାନେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ରାଜ୍ୟମାନଙ୍କରେ ଥିବା ବିଶ୍ୱବିଦ୍ୟାଳୟରେ କିଭଳି ସେମାନଙ୍କ ଅଧ୍ୟୟନ ସମାପ୍ତ କରିହେବ ସେନେଇ କେନ୍ଦ୍ର ସରକାର ସହାୟତା କରନ୍ତୁ । ଏନେଇ ଆଜି ଦିଲ୍ଲୀର ଜନ୍ତରମନ୍ତରରେ ୧୮ଟି ରାଜ୍ୟର ପ୍ରାୟ ୫୦୦ ମେଡିକାଲ ଛାତ୍ରଛାତ୍ରୀଙ୍କ ସହ ତାଙ୍କ ପିତା ମାତା ବିକ୍ଷୋଭ କରିଛନ୍ତି । ଅଭିଭାବକମାନେ କହିଛନ୍ତି ଯେ “ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ବିପଦରେ ପଡିଛି କାରଣ ସେମାନେ ଯୁଦ୍ଧ ପାଇଁ ପାଠ ଛାଡିବାକୁ ବାଧ୍ୟ ହୋଇଛନ୍ତି । ସରକାର ଯେଭଳି ସେମାନଙ୍କୁ ବଞ୍ଚାଇ ୟୁକ୍ରେନରୁ ଫେରାଇ ଆଣିଛନ୍ତି ଠିକ ସେହିପରି ସେମାନଙ୍କ କ୍ୟାରିୟର ବାବଦରେ ଥରେ ଭାବନ୍ତୁ ବୋଲି କହିଛନ୍ତି ।

Related Posts