
ବୌଦ୍ଧ: ତେଜିଲା ଛାତ୍ରଛାତ୍ରୀ ଅଶାନ୍ତି। ବାରମ୍ବାର ଶିକ୍ଷକ ବଦଳିକୁ ନେଇ ରାଜରାସ୍ତାକୁ ଓହ୍ଲାଉଛନ୍ତି ଛାତ୍ରଛାତ୍ରୀ । ବୋୖଦ୍ଧ ଜିଲ୍ଲା ସଦର ବ୍ଲକ ଗୁନ୍ଦୁଳିଆ ହାଇସ୍କୁଲରେ ଦୁଇଟି ଶିକ୍ଷକ ବଦଳିକୁ ନେଇ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ଗେଟରେ ମାରିଲେ ତାଲା ।
ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଆଜି ଛାତ୍ର ଉଠାଇଲେ ପ୍ରଶ୍ନ । ବୌଦ୍ଧରେ ଋତୁ ବଦଳିବା ଭଳି ଶିକ୍ଷକଙ୍କ ବଦଳି ହେବାରେ ଲାଗିଛି ଯାହାର ସିଧାସଳଖ ପ୍ରଭାବ ପଡୁଛି ପିଲାଙ୍କ ପାଠ ପଢା ଉପରେ ।
ଶିକ୍ଷକ ପାଇଁ ହିଁ ଜଣେ ଛାତ୍ରର ପାଠ ପ୍ରତି ଆଗ୍ରହ ଆସିଥାଏ । ଯେଉଁ ଶିକ୍ଷକ ଯିଏ ପିଲାଙ୍କୁ ସରଳ ଭାଷାରେ ପ୍ରତେକ ଜିନିଷ ବୁଝାଉଥିଲେ ଆଜି ସେହି ଶିକ୍ଷକଙ୍କ ବଦଳିକୁ ନେଇ ପିଲା ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଯାହାକୁ ନେଇ ସେମାନେ ପ୍ରତିକ୍ରିୟା ରଖିଛନ୍ତି ଯେ ଯଦି ସେହି ଦୁଇଟି ଶିକ୍ଷକଙ୍କୁ ସ୍କୁଲକୁ ଫେରେଇ କି ନ ଆଣିଲେ ତାହାଲେ ତାଙ୍କର ଏହି ପ୍ରତିବାଦ ଆଗକୁ ମଧ୍ୟ ଜାରି ରହିବ । ଆଉ ସ୍କୁଲକୁ ପିଲା ପାଠ ପଢିବାକୁ ଯିବେ ନାହିଁ ବୋଲି ଚେତାବନି ଦେବା ସହିତ ତାଲା ପକାଇ ସ୍କୁଲ୍ ବାହାରେ ଧାରଣାରେ ବସିଛନ୍ତି ।