“ଆପଣ ଭାରତକୁ ୧ ନମ୍ବର କରନ୍ତୁନି, ମୋଦିଜୀ ଏହି କାମ କରୁଛନ୍ତି”; କେଜ୍ରିୱାଲଙ୍କୁ କଟାକ୍ଷ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ଏବେ ସଙ୍କଟରେ ଫସିଛି। ଏହି ମାମଲାକୁ ନେଇ ବିଜେପି ଓ ଆପ ମଧ୍ୟରେ ପ୍ରତିଦିନ କାଦୁଅ ଫିଙ୍ଗା ରାଜନୀତି ମଧ୍ୟ ଚାଲିଛି। ଏସବୁ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାରତକୁ ନମ୍ବର ୧ କରିବାକୁ ଦେଇଥିବା ଆହ୍ବାନକୁ କଟାକ୍ଷ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା। ହେମନ୍ତ ଟୁଇଟର ରେ ଲେଖିଛନ୍ତି ଯେ, “ଆପଣ ଭାରତକୁ ନମ୍ବର-୧ କରିବା ଦରକାର ନାହିଁ, ମୋଦିଜୀ ପ୍ରଥମରୁ ଏହି କାମ କରୁଛନ୍ତି”। ଏହାଛଡା ହେମନ୍ତ ଲଗାତାର ଭାବରେ ଟୁଇଟରରେ ଦିଲ୍ଲୀ ସରକାରଙ୍କ ନୀତିକୁ ସମାଲୋଚନା କରିବା ସହ କେଜ୍ରିୱାଲଙ୍କ ଉପରେ ଶାଣିତ ଆକ୍ରମଣ କରି ଆସୁଛନ୍ତି। ତେବେ କେଜ୍ରିୱାଲ ମଧ୍ୟ ହେମନ୍ତ ଙ୍କ ପ୍ରତି ଟୁଇଟର ଜବାବ୍ ଦେଉଛନ୍ତି। ଏସବୁ ଭିତରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟୁଇଟ ଯୁଦ୍ଧ ଲାଗି ରହିଛି।

ତେବେ ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଡ଼ିଆଙ୍କ ନାମ ଆସିବ ପରେ ଶିଶୋଡ଼ିଆ ନିଜେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ଙ୍କ ପତ୍ନୀଙ୍କ ନାମରେ ପିପିଇ କିଟ୍ ଦୁର୍ନୀତି ଅଭିଯୋଗ ଆଣିଥିଲେ। ତେବେ ଏହି ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିବା ସହିତ ହେମନ୍ତ ଙ୍କ ପତ୍ନୀ ଶିଶୋଡ଼ିଆଙ୍କ ନାମରେ ମାନହାନି ମୋକଦ୍ଦମା ମଧ୍ୟ କରିଛନ୍ତି। ତେବେ ଆପ ପକ୍ଷରୁ ହେମନ୍ତ ଙ୍କ ପତ୍ନୀଙ୍କ ନାମରେ ଅଭିଯୋଗ ଆଣିବା ପରେ ଲଗାତାର ଭାବରେ ହେମନ୍ତ କେଜ୍ରିୱାଲ ଓ ତାଙ୍କ ସରକାର କୁ ଟାର୍ଗେଟ କରି ଆସୁଛନ୍ତି

Related Posts