ସିରିଏଲ ତ୍ରୁଟିକୁ ଦର୍ଶାଇ ସ୍ପାଇସ୍‌ ଜେଟର ଉଡ଼ାଣକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିରିଏଲ ତ୍ରୁଟିକୁ ଦର୍ଶାଇ ସ୍ପାଇସ୍‌ ଜେଟର ଉଡ଼ାଣକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ ।ନିକଟରେ ଉଡାଣ ବେଳେ କମ୍ପାନିର ବିମାନ ଗୁଡିକରେ ଦେଖାଦେଇଥିବା ତ୍ରୁଟି ପରେ ଏହିପରି ଆବେଦନ କରାଯାଇଛି। ସୋମବାର ହାଇକୋର୍ଟ ମୁଖ୍ୟ ବିଚାରପତି ସୋମବାର ଶୁଶାଣି କରିବେ। ଏହା ଉପରେ ଚିନ୍ତା ପ୍ରକାଶ କରି ଯାଚିକାରେ ବିମାନ ଯାତ୍ରାରେ ଅସୁବିଧା ଭୋଗିଥିବା ଯାତ୍ରୀଙ୍କୁ କ୍ଷତିପୂରଣ ବାବଦରେ ଯାତ୍ରା ଭଡା ଫେରାଇବା ପାଇଁ ନିର୍ଦ୍ଦେଶ ପାଇଁ ଅପିଲ କରିଛନ୍ତି ।

ଯାତ୍ରୀ ମୃତ୍ୟୁ ଭୟ ଅନୁଭବ କରିଥିଲେ ବୋଲି ଏଥିରେ କୁହାଯାଇଛି । ଆଇନଜୀବୀ ରାହୁଲ ଭରଦ୍ୱାଜ ଏବଂ ତାଙ୍କର ଚାରି ବର୍ଷୀୟ ପୁଅ ଯାଚିକା ଦାଖଲ କରି ସ୍ପାଇସଜେଟ ବିମାନ ଚଳାଚଳ ବନ୍ଦ କରିବା ପାଇଁ ଡିଜିସିଏ ଏବଂ ବିଭାଗୀୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବାକୁ ଅପିଲ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts