ଫାଇନ୍‌କୁ ନେଇ ରାଜମହଲ ଛକରେ ପୋଲିସ୍-ପବ୍ଲିକ୍ ଧସ୍ତାଧସ୍ତି; ପୋଲିସର ଚାଠିଚାର୍ଜ

ଟ୍ରାଫିକ ନିୟମ ଉଲଙ୍ଘନର ଅତ୍ୟଧିକ ଜରିମାନାକୁ ବିରୋଧ କରିଛନ୍ତି ସାଧାରଣ ଜନତା । ଏପରିକି ସରକାରୀ ଓ ବେସରକାରୀ ଗାଡି ମଧ୍ୟରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ କରିଛନ୍ତି ।

ସୂଚନାନୁସାରେଆଜି ଭୁବନେଶ୍ୱରର ରାଜମହଲ ଛକରେ ଟ୍ରାଫିକ ଚେକିଂ ଚାଲୁଥିଲା । ପୋଲିସ ବାବୁମାନେ ଗାଡିମଟରକୁ ଅଟକାଇ ଆବଶ୍ୟକୀୟ କାଗଜପତ୍ର ଯାଂଚ କରୁଥିଲେ । ଏହାସହ ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରୁନଥିବା ବ୍ୟକ୍ତିଙ୍କୁ ଜରିମାନା ମଧ୍ୟ ଲଗାଉଥିଲେ । ସେହି ସମୟରେ ସେହି ରାସ୍ତା ଦେଇ କିଛି ବିଏମସି ଗାଡି ଓ ମୋ ବସ ଯାଉଥିଲା । ତେବେ ସେଠାରେ କିଛି ଲୋକ ବିଏମସି ଗାଡିକୁ କାଗଜପତ୍ର ମାଗିଥିଲେ । ଏପରିକି ସିଟି ବସରେ ଓଭରଲୋଡିଂ ହୋଇଥିବା କହିଥିଲେ । କିନ୍ତୁ ପୋଲିସ ସରକାରୀ ଗାଡିକୁ ଅଟକାଇ ନଥିଲା । ଏଥିରେ ଉପସ୍ଥିତ ଜନତା ରାଗି ଯାଇଥିଲେ । ସେମାନେ ବିଏମସି ଓ ପୋଲିସ ଗାଡି କୁ ଅଟକାଇ କାଗଜ ପତ୍ର ମାଗିଥିଲେ  ।କିନ୍ତୁ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲେ । ଫଳରେ ପରିସ୍ଥିତିକୁ ନିଯନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା ା

Related Posts